Home national news oriya ନାବାର୍ଡ ପକ୍ଷରୁ ଧାମରାରେ ମହିଳା ସଶକ୍ତି କରଣ ଶିବିର

ନାବାର୍ଡ ପକ୍ଷରୁ ଧାମରାରେ ମହିଳା ସଶକ୍ତି କରଣ ଶିବିର

15
0

Source :- ODIA PUA

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ନାବାର୍ଡ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଅମରନଗର ବାତ୍ୟାଶ୍ରୟ ଠାରେ ହୋଇଥିବା ଶିବିରରେ ନାବାର୍ଡ ପକ୍ଷରୁ ଦୀପକ କୁମାର ସାହୁ ଏବଂ ଏମ ଭି ରାଓ ଉପସ୍ଥିତ ରହି ଏହି ଶିବିରରେ ମହିଳା ମାନଙ୍କୁ ଶୁଖୁଆ ଶିଳ୍ପ ପାଇଁ ଉପାଦେୟତା ତଥ୍ୟ ପ୍ରଦାନ କରିବା ସହ କିପରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଯାଇ ପାରିବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରରେ ୩୦ଜଣ ମହିଳା ଯୋଗ ଦେଇଥିବା ବେଳେ ଏହି ଶିବିର ୩ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବା ସହ ମେସିନ ମାଧ୍ୟମରେ କଂଚା ମାଛ କୁ ଶୁଖୁଆ ବନାଇବା ଏବଂ ଶୁଖୁଆ କୁ କିପରି ଆଚାର ବନାଯିବା ସହ ଶୁଖୁଆ ର କୌଣସି ମାନବତା ଏବଂ ଗୁଣବତା ନ ବଦଳାଇ ଏହାକୁ ନିର୍ମାଣ କରାଯାଇ ପାରିବ ଏଥିସହ ପ୍ରସ୍ତୁତି ହୋଇଥିବା ସମସ୍ତ ଦ୍ରବ୍ୟକୁ ଇ ମାର୍କେଟିଂ ଜରିଆରେ ବିକ୍ରୟ କରାଯାଇ ଏହି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଯାଇ ପାରିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।ଚନ୍ଦନୀପାଳ ନିକଟସ୍ତ ଅମର ନଗର ଏବଂ ରବିନ୍ଦ୍ର ନଗରର ମହିଳା ମାନଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିବା ବେଳେ ଆଜିର ଏହି ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ନାବାର୍ଡର କର୍ମକର୍ତା ଧାମରା ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ସୌମ୍ୟପ୍ରକାଶ ସେଠୀ, ସାଗର ମିତ୍ର ଶ୍ରୀ କୃଷ୍ନ ବାରିକ, ଦେବବ୍ରତ ଦାସ, ସତ୍ୟବ୍ରତ ମଲିକ,ସଲିଡାରିଟି ଏନଜିଓର ଉପଦେଷ୍ଟା ପ୍ରକାଶ ସାହୁ, ବାଲିଚର ମତ୍ସ୍ୟଜିବୀ ସଂଷର ଗୁଇମନ ଜାନା, ସୁଶାନ୍ତ ଗିରି ପ୍ରମୁଖ ଉପସ୍ଥିତ ଥିଲେ।

SOURCE: ODIA PUA