Home national news oriya ଗାନ୍ଧି ବିଚାର ମଞ୍ଚ ପକ୍ଷରୁ ସ୍ମୃତି ସମାରୋହ, ଗାନ୍ଧୀଜୀଙ୍କର ଦେଶ ଭକ୍ତି, ତ୍ୟାଗ, ନୀତି ଆଦର୍ଶ...

ଗାନ୍ଧି ବିଚାର ମଞ୍ଚ ପକ୍ଷରୁ ସ୍ମୃତି ସମାରୋହ, ଗାନ୍ଧୀଜୀଙ୍କର ଦେଶ ଭକ୍ତି, ତ୍ୟାଗ, ନୀତି ଆଦର୍ଶ ଅତୁଳନୀୟ ଓ ଚିରସ୍ମରଣୀୟ

1
0

Source :- ODIA PUA

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାନବ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାତ୍ମା ଗାନ୍ଧି ବିଚାର ମଞ୍ଚ ତରଫରୁ ଏକ ସ୍ମୃତି ସଭା ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ, ନୁଆବଜାରଠାରେ ପାଳିତ ହୋଇଯାଇଛି । ମଞ୍ଚର ସ୍ଥାୟୀ ସଭାପତି ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଗଠନ ସଂପାଦକ ବାବୁଲାଲ ଦାସ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଉପସଭାନେତ୍ରୀ ଡଃ ରାଧାରାଣୀ ମହାପାତ୍ର ସ୍ୱାଗତ ଭାଷଣ ଓ ଇଂ ଅମ୍ବିକା ବଲ୍ଲବ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ମୁଖ୍ୟ ତଥା କବି, ସାହିତ୍ୟିକ ଡଃ ନଟବର ଶତପଥୀ ଓ ଅନ୍ୟତମ ବରେଣ୍ୟ ଅତିଥି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ସାହିତ୍ୟିକ ସୌରଚନ୍ଦ୍ର ମହାପାତ୍ର, ଭାରତ ସ୍ୱାଧୀନତାରେ ମହାତ୍ମାଗାନ୍ଧୀଙ୍କର ଅକଳ୍ପନୀୟ ଅବଦାନ ତ୍ୟାଗ ଓ ସତ୍ୟ ଅହିଂସାର ମନ୍ତ୍ର ଚିରକାଳ ସ୍ମରଣୀୟ ଓ ଶତାବ୍ଦିର ସାରା ବିଶ୍ୱରେ ଜଣେ ଶ୍ରେଷ୍ଠ ମହାପୁରୁଷ ଭାବେ ଯୁଗେ ଯୁଗେ ପୂଜା ପାଉଥିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଯୁବ ସମାଜ ତାଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କଲେ ଗାନ୍ଧିଜୀଙ୍କ ସ୍ୱପ୍ନର ରାମରାଜ୍ୟ ସଫଳ ହେବ ବୋଲି ଆହ୍ୱାନ ନେଇଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡଃ ରାଧାବିନୋଦ ନାୟକ ଓ ବିଶିଷ୍ଟ ସମାଜସେବୀ ଓ ପଥର ମଣିଷ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ମୁକ୍ତିକାନ୍ତ ମହାପାତ୍ର ଓ ମନୋରଂଜନ ଦାସ ମାନପତ୍ର ପାଠ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀ କରୁଣାକର ବେହୁରିଆଙ୍କ ସଂଯୋଜନାରେ ଆୟୋଜିତ ବକୃତା ପ୍ରତିଯୋଗିତାରେ କୃତିଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଯୁଗ୍ମ ସଂପାଦକ ଶ୍ରୀ ବୈଲଚନ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳ ୮.୩୦ମି ସମୟରେ ଡ ମନିନ୍ଦ୍ର ମହାନ୍ତି ହରମୋହନ କୁଅଁର ଓ ଅନ୍ୟ ସଦସ୍ୟ/ସଦସ୍ୟା ଗାନ୍ଧିପଡ଼ିଆ ସଫେଇ ସହ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଅପରାହ୍ନରେ ଗାନ୍ଧି ଓ ଦେଶାତ୍ମବୋଧକ ସଂଗୀତ ଆୟୋଜିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଥିଲା । ଏ କାର୍ଯ୍ୟକ୍ରମକୁ ଗୀତାରାଣୀ ଆଇଚ, ଗୌରାଙ୍ଗ ବାରିକ ଓ ଗୌତମ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ।

SOURCE: ODIA PUA