Home national news oriya କୃଷ୍ଣଚରଣ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

କୃଷ୍ଣଚରଣ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

1
0

Source :- ODIA PUA

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ କୃଷ୍ଣଚରଣ ବିଦ୍ୟାମନ୍ଦିର ଆଗରପଡ଼ାରେ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶରତ କୁମାର ଯେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ସମାଜର ପରିବର୍ତ୍ତନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଆଗଭର ହୋଇ କାର୍ଯ୍ୟ କରନ୍ତୁ, ଯାହା ଫଳରେ ଉତ୍କଳ କେଶରୀ ଡ଼ ମହତାବଙ୍କ ପିତାଙ୍କ ନାମରେ ନାମିତ କୃଷ୍ଣଚରଣ ବିଦ୍ୟାମନ୍ଦିରର ଗୌରବ ବୃଦ୍ଧି ପାଇବ । ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ ଏ ମାଟି ମହତାବ ଓ କବି ବିଦ୍ୟୁତ ପ୍ରଭାଙ୍କ ପରି ଯୋଗଜନ୍ମା କୁ ଜନ୍ମ ଦେଇଛି, ଏଠାକାର ପ୍ରତ୍ୟେକଟି ମଣିଷଙ୍କ ମଧ୍ୟରେ ସଂଗ୍ରାମର ବାସ୍ନା ବାରି ହୋଇପଡ଼ୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଏହାକୁ ଅନୁକରଣ କରି ବିଦ୍ୟାଳୟର ଟେକ ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ମୋ ସ୍କୁଲ ଅଭିଯାନ ସଭାପତି ପ୍ରଶାନ୍ତ କୁମାର ଦାଶ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ସାହିତ୍ୟିକ ଜଇନୁଲ୍ ଆବେଦିନ, ଯୁବନେତା ସତ୍ୟ ସାଧନ ବେଜ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱା. ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ସି.ଆର୍‌.ସି.ସି ନିରଞ୍ଜନ ଖିଲାର, ଏସ୍‌.ଏମ୍‌.ସି ଅଧ୍ୟକ୍ଷ ସନ୍ତୋଷ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କୃତୀ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଅଶୋକ କୁମାର ଖିଲାର ଅତିଥି ପରିଚୟ ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ମିନତୀ ସାହୁ ବିବରଣୀ ପାଠ କରିଥିଲେ । ପ୍ରଜ୍ଞାପାରମିତା ଦାସ, ବିଷ୍ଣୁପ୍ରିୟା ନାୟକ, ରଞ୍ଜିତା ନାୟକ, ସଞ୍ଜୟକେତନ ଦାସ, ସାନ୍ତନୁ କୁମାର ସାହୁ, ଧନେଶ୍ୱର ଜେନା, ଗୋକୁଳାନନ୍ଦ ବେହେରା, ତୁରାମ ସିଂ, ନାରାୟଣ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

SOURCE: ODIA PUA