Home national news oriya ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ହିନ୍ଦୁସ୍ଥାନ ଏକାଦଶ

ମଞ୍ଜୁରୀରୋଡ ବିମ୍ବାଧର ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ହିନ୍ଦୁସ୍ଥାନ ଏକାଦଶ

1
0

Source :- ODIA PUA

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିିଗ୍ଧା ରାୟ) – ଭଦ୍ରକ ଜିଲା ମଞ୍ଜୁରୀରୋଡ ମହାବୀର ୟୁଥ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ କ୍ୱାଟର ଫାଇନାଲ ମଙ୍ଗଳବାର ଅନୁଷ୍ଠିତ ହୋଇ ଜଗତସିଂପୁର ହିନ୍ଦୁସ୍ଥାନ ଏକାଦଶ ସେମିରେ ପ୍ରବେଶ କରିଛି । କଟକ ନିମପୁର ସ୍ପୋଟିଂ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା । ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ଅବିନାଶ ନାୟକ ୪୩ ଓ ଗିରିଜା ରାଉତ ୨୯ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ରାଜେଶ ପାତ୍ର ୩ ଓଭର ବୋଲିଂ କରି ୧୩ ରନ ଦେଇ ୨ ଉଇକେଟ ଓ ଦିଗବିଜୟ ପାତ୍ର ୪ ଓଭର ବୋଲିଂ କରି ୨୨ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ହିନ୍ଦୁସ୍ଥାନ ଏକାଦଶ ୧୭.୫ ଓଭରରେ ୫ ଉଇକେଟ ହରାଇ ୧୪୬ ରନ କରି ୫ ଉଇକେଟରେ ବିଜୟ ଲାଭ କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଅବିନାଶ ଚମ୍ପତ୍ତି ୫୧ ରନ ଓ ନିଲୁ ପ୍ରଧାନ ୨୬ ରନ ହାସଲ କରିଥିଲେ । ବିପକ୍ଷ ବୋଲର ବାସୁକିନାଥ ତିୱାରୀ ୪ ଓଭର ବୋଲିଂ କରି ୧୮ ରନ ଦେଇ ୨ ଉଇକେଟ ଓ ବିଶ୍ୱଜିତ ମହାପାତ୍ର ୩ ଓଭର ବୋଲିଂ କରି ୨୭ ରନ ଦେଇ ୨ ଉଇକେଟ ଅକ୍ତିଆର କରିଥିଲେ । ଅବିନାଶ ଚମ୍ପତ୍ତି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ସତ୍ୟବ୍ରତ ଜେନା ଓ ସଞ୍ଜୟ ଶତପଥି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ନରେନ୍ଦ୍ର ଜେନା ମ୍ୟାଚ ରେଫରୀ, ପ୍ରତ୍ୟୁଷ ସାହୁ ଓ ନାଗା ଧାରାବିବରଣୀ ପ୍ରଦାନ କରିଥିଲେ । ସନ୍ତୋଷ ଖଣ୍ଡାଇ ଓ ରମାକାନ୍ତ ବାରିକ ସ୍କୋରର ଦାଇତ୍ୱ ତୁଲାଇଥିଲେ ।

SOURCE: ODIA PUA