Home national news oriya ଭଦ୍ରକର ବରିଷ୍ଠ ଟ୍ୟାକ୍ସ ଆଇନଜୀବୀ ସମ୍ବର୍ନ୍ଧିତ

ଭଦ୍ରକର ବରିଷ୍ଠ ଟ୍ୟାକ୍ସ ଆଇନଜୀବୀ ସମ୍ବର୍ନ୍ଧିତ

1
0

Source :- ODIA PUA

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିିଗ୍ଧା ରାୟ) – ଏଆଇଏଫଟିପି ନ୍ୟାସନାଲ ଟ୍ୟାକ୍ସ କନଫରେନ୍ସ(ଇଜେଡ)-୨୦୨୪ ମିସାଇଲ ସିଟି ବାଲେଶ୍ୱରଠାରେ ତା ୨୭.୦୧.୨୦୨୪ ଓ ୨୮.୦୧.୨୦୨୪ରିଖରେ ବାଲେଶ୍ୱର ଟ୍ୟାକ୍ସ ବାର ଏସୋସିଏସନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ସାରା ଭାରତ ବର୍ଷରୁ ୩୫୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦାନ କରିଥିଲେ । ଉତ୍ତର ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ଏମ.ଏସ.ରମଣ ଦୁଇଦିନ ବ୍ୟାପୀ ଏହି ସମ୍ମିଳନୀ ଉଦଘାଟନ କରିଥିଲେ । ବାଲେଶ୍ୱର ବାର ଏସୋସିଏସନର ସେକ୍ରେଟାରୀ ଆଡଭୋକେଟ ସୂର୍ଯ୍ୟକାନ୍ତ କରଙ୍କ ଆବାହକତ୍ୱରେ ଉକ୍ତ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଆଡଭୋକେଟ ଜନ୍ମେଜୟ ବଳ । ଭଦ୍ରକ ଟେକ୍ସ ବାର ଏସୋସିଏସନର ସଭାପତି ବରିଷ୍ଠ ଆଡଭୋକେଟ ସନ୍ତୋଷ କୁମାର ମହାପାତ୍ର ବିଚାରପତି ମାନ୍ୟବର ଏମ.ଏସ.ରମଣଙ୍କ ଦ୍ୱାରା ସମ୍ବର୍ନ୍ଧିତ ହୋଇଥିଲେ । ଏତଦବ୍ୟତୀତ ଆଡଭୋକେଟ ସୌମେନ୍ଦ୍ର ସେନ୍‌, ନିରଞ୍ଜନ ମହାନ୍ତି, ପ୍ରଶାନ୍ତ ଆଚାର୍ଯ୍ୟ ବିଭୂରଞ୍ଜନ ମିଶ୍ର ଓ ନିର୍ମାଲ୍ୟ ପଣ୍ଡା ମଧ୍ୟ ସମ୍ବର୍ନ୍ଧିତ ହୋଇଥିଲେ ।

SOURCE: ODIA PUA