Home national news oriya ମାଙ୍କଡ ଆତଙ୍କରେ ଦାମୋଦର ଆହତ

ମାଙ୍କଡ ଆତଙ୍କରେ ଦାମୋଦର ଆହତ

16
0

Source :- ODIA PUA

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍‌ର ଟିଲୋ ତାଳପଦା ଗ୍ରାମରେ ମାଙ୍କଡ ଆତଙ୍କ ସମସ୍ତଙ୍କୁ ଭୟଭୀତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏଠାରେ ଏହି ଗ୍ରାମର ଦାମୋଦର ବାରିକ ନିଜ ଗ୍ରାମର କେତେକ ବନ୍ଧୁଙ୍କ ସହ ନିକଟ ଚକ୍ରତୀର୍ଥକୁ ପରିଭ୍ରମଣରେ ଯାଇଥିଲେ। ସେଠାରେ ସେମାନେ ପ୍ରକୃତିର ମନୋଲୋଭା ଦୃଶ୍ୟ ଦେଖିସାରିବା ପରେ ଏକାଠି ହୋଇ ଖାଉଥିବା ସମୟରେ ହଠାତ୍ ଏକ ମାଙ୍କଡ ଆସି ସେମାନଙ୍କ ଖାଦ୍ୟକୁ ଝାମ୍ପି ନେବାର ଉଦ୍ୟମ କରିଥିଲା। ଫଳରେ ଦାମୋଦର ବାଧା ଦେବାରୁ ମାଙ୍କଡ଼ଟି ହିଂସ୍ର ହୋଇ ତାଙ୍କୁ ଆକ୍ରମଣ କରିଥିଲା। ମାଙ୍କଡ଼ଟି ତାଙ୍କ ଅଂଟାକୁ ଏଭଳି ଭାବେ କାମୁଡ଼ି ଧରିଥିଲା ଯେ, ସେଠାରୁ ରକ୍ତସ୍ରାବ ହୋଇଥିଲା ସାଙ୍ଗରେ ଥିବା ଅନ୍ୟ ବ୍ୟକ୍ତିମାନେ ଦାମୋଦରଙ୍କୁ ମାଙ୍କଡ଼ ମୁହଁରୁ ଉଦ୍ଧାର କରି ତୁରନ୍ତ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯିବା ସହ ଆଂଟି-ରାବିସ ଇଞ୍ଜେକ୍ସନ ଦିଆଯାଇଛି। ବର୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

SOURCE: ODIA PUA