Home national news oriya ରାସ୍ତାପାଖ ଡ୍ରେନରୁ ଗଳିତ ଶବ ଉଦ୍ଧାର

ରାସ୍ତାପାଖ ଡ୍ରେନରୁ ଗଳିତ ଶବ ଉଦ୍ଧାର

12
0

Source :- ODIA PUA

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମଚଳ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ଦମକଳ କେନ୍ଦ୍ରର ବିପରୀତ ପଟ ଡ୍ରେନରୁ ଏକ ଗଳିତ ଶବ ଉଦ୍ଧର ହୋଇଛି! ସୂଚନା ଅନୁସାରେ ଆଜି ରାସ୍ତା ପାଖ ଡ୍ରେନରୁ ପଚା ଗାନ୍ଧ ଆସୁଥିବାରୁ ସ୍ଥାନୀୟ କିଛି ଲୋକ ଡ୍ରେନ ଢାଙ୍କୁଣି ଖୋଲିବାରୁ ଏକ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ! ଖବର ପାଇ ଗ୍ରାମଚଳ ପୋଲିସ ଆସି ଶବ ଉଦ୍ଧାର କରି ବ୍ୟବଛେଦ ପାଇ ପଠାଇଛି! ସୂଚନା ଯୋଗ୍ୟ ବର୍ଷେ ପୂର୍ବରୁ ସେହି ସ୍ଥାନର ଅନତି ଦୁର ଧାମରା ବ୍ରିଜ ପାଖ ଏକ ନାଳରୁ ଏକ ଗଳିତ ଶବ ଉଦ୍ଧାର କରାଯାଇଥିଲା! ସେହି ଭଳି ଗତ ଦୁଇ ମାସ ତଳେ ଅସୁରାର ଏକ ପୋଖରୀ ହୁଡ଼ାରୁ ଏକ ଶବ ମିଳି ଥିଲେ ବି ଆଜି ପ୍ରଯ୍ୟନ୍ତ ତାର ଠିକଣା ମିଳିପାରିନାହିଁ! ଏକ ରାକେଟ ଏଭଳି କାମ କରି ପୋଲିସ ପାଇ ଚେଲେଞ ସୃଷ୍ଟି କରୁଥିବା ସାଧାରଣରେ ଆଲୋଚନା ହେଉଛି!

SOURCE: ODIA PUA