Source :- ODIA PUA
ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଶିକ୍ଷୟିତ୍ରୀ ଓ ନିଆରା ବ୍ୟକ୍ତିତ୍ୱର ଅଧିକାରିଣୀ ଗୋଲକ ଲତା ଖିଲାରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ମହା ଆଡମ୍ବ ଓ ଭକ୍ତିପୂର୍ଣ୍ଣ ସହକାରେ ପାଳନ କରାଯାଇଛି।ଧାମନଗର ଏନ ଏ ସି ଅଧିନ ଦକ୍ଷିଣବାଡ ଗ୍ରାମର ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଗୋଲକଲତା ଖିଲାର (ଗୋଲି ଦିଦି)ଙ୍କ ନିଜ ବାସଭବନରେ ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କ ସଂଚାଳନାରେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ,ରାଜସ୍ୱ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ମଲ୍ଲିକ,ନିତ୍ୟାନନ୍ଦ ପାଠାଗାର ମୁଖ୍ୟ ପରିଚାଳକ ଶିକ୍ଷା ବିତ ରସାନନ୍ଦ ମହାପାତ୍ର,ଶିକ୍ଷା ବିତ ମହେଶ୍ୱର ସ୍ୱାଇଁ,ନବ ଜୀବନ ଫାଉଣ୍ଡେସନ ମୁଖ୍ୟ ମାନସରଞ୍ଜନ ସାହୁ,ବରିଷ୍ଠ ନାଗରିକ ପରିଷଦ ସଭାପତି ଅନୀଲ କୁମାର ବାରିକ,ଆଇନଜୀବୀ ଅଶୋକ ଦାସ,ରଞ୍ଜିତ ମହାନ୍ତି,ଅମରେନ୍ଦ୍ର ମହାନ୍ତି,ବିଜୟ କୁମାର ରାମ,ଅରୁଣ ପ୍ରକାଶ ନାୟକ,ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା,ସେକ ଜାଫର ଅଲ୍ଲୀ,ଦୁର୍ଗାପ୍ରସାଦ ମହାପାତ୍ର,ଦୀନକୃଷ୍ଣ ମହାପାତ୍ର,ମାନସ ମହାପାତ୍ର,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ମନୋଜ ସିଂହ,ମନ୍ମଥ କୁମାର ରାଉତ,ବିଜେଡି ନେତା ଲମ୍ବୋଦର ଜେନା,ସୁଶାନ୍ତ କୁମାର ରାଉତ,ଲକ୍ଷଣ ନାୟକ,ବିଜେପି ନେତା ସରୋଜ ମହାପାତ୍ର,ଗିରିଆ ରାଉତ,ଲକ୍ଷ୍ମୀଧର ବେହେରା,ବୈକୁଣ୍ଠ ମଳିକ,ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା,ଏନ ଏ ସି କର୍ମଚାରୀ ସୁଶାନ୍ତ ବଳ,ଖେରୂଲ ଓରା ପ୍ରମୁଖ ଶନିବାର ସକାଳ ଏଗାର ଘଟିକା ସମୟ ଠାରୁ ପୁଣି ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ବହୁ ପୁରାତନ ଛାତ୍ରଛାତ୍ରୀ,ସମାଜସେବୀ, ସାମ୍ବାଦିକ,ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉକ୍ତ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଫଟୋରେ ପୁଷ୍ପମାଲ୍ୟ ସହ ଦରଦୀ ସ୍ନେହମୟୀ ମାଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ଖିଲାର ପରିବାର ର ସମସ୍ତ ସଦସ୍ୟ ସାନପୁଅ,ପୁତ୍ରବଧୂ,ଝିଅ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିବା ବେଳେ ଶେଷରେ ସ୍ୱର୍ଗତାଙ୍କ ବଡ଼ ପୁଅ ସାମ୍ବାଦିକ କୁମାରେଶ ବଳଭଦ୍ର ଖିଲାର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
SOURCE: ODIA PUA



