Home national news oriya ସ୍କୁଟି ଉପରେ ଚଢିଗଲା ଟ୍ରକ, ଶିକ୍ଷୟିତ୍ରୀ ଆହତ

ସ୍କୁଟି ଉପରେ ଚଢିଗଲା ଟ୍ରକ, ଶିକ୍ଷୟିତ୍ରୀ ଆହତ

12
0

Source :- ODIA PUA

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଓଠଳ ଥାନା ଅନ୍ତର୍ଗତ ୧୬ନମ୍ୱର ଜାତୀୟ ରାଜପଥର ଚରମ୍ପା ମହାବିଦ୍ୟାଳୟ ଛକରେ ଆଜି ଏକ ସ୍କୁଟି ଉପରେ ଚଢ଼ିଗଲା ଟ୍ରକ, ଶିକ୍ଷୟିତ୍ରୀ ଆହତଫ ସୂଚନା ଅନୁସାରେ ଭଦ୍ରକ ବ୍ଲକ ଜଗଦଳପୁର ପଂଚାୟତର ନୂଆହାଟର ମୋହନ ଜେନାଙ୍କ ଝିଅ ଉର୍ମିଳା ଜେନା ନିଜ ସ୍କୁଟିରେ ଜନଗଣନା କାର୍ଯ୍ୟ ପାଇ ଘରୁ ଚଣ୍ଡୀଗାଁ ପଂଚାୟତର ନଣ୍ଡେଇ ଡିହ ଗ୍ରାମକୁ ଯାଉଥିବା ବେଳେ ଚରମ୍ପା ମହାବିଦ୍ୟାଳୟ ଛକରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା। ଯାହା ଫଳରେ ଶିକ୍ଷୟିତ୍ରୀ ଉର୍ମିଳା ଜେନାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାରକରି ମେଡିକାଲ ପଠାଇବା ସହ ରାସ୍ତାରୋକ କରିଥିଲେ। ଖବର ପାଇ ଭଦ୍ରକ ଗ୍ରାମଂଚ ଳ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ତିଶଳପୁର ଠାରେ ଦୁଇ ଟି ଗଳା ପୋଲ କାମ ଚାଲୁ ଥିବାରୁ ତିଶଳ ପୁର ଠାରୁ ଠାରୁ ଧାମରା ବ୍ରିଜ ପର୍ଯ୍ୟନ୍ତ ଲୋକାଲ ରୋଡ଼ ଏତେ ଖରାପ ହୋଇଛି ଯେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତା ଛଡା ଏତେ ଧୂଳି ଉଡ଼ୁଛି ଯେ ସ୍ଥାନୀୟ ଲୋକ ଚଳିବା କଷ୍ଟକର ହୋଇ ପଡୁଛି। ହେଲେ ଏଥିପ୍ରତି ନା ପ୍ରଶାସନର ନା ଜାତୀୟ ରାଜପଥ କତୃପକ୍ଷଙ୍କର ନିଘା ଅଛି। ଆଗକୁ ଏହା ଏକ ବଡ଼ ଆନ୍ଦୋଳନ ସୃଷ୍ଟି କରିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

SOURCE: ODIA PUA