Home national news oriya ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ଅଳ୍ପକେ ବର୍ତିଲା ନାବାଳକ

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ଅଳ୍ପକେ ବର୍ତିଲା ନାବାଳକ

5
0

Source :- ODIA PUA

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର ଆରଡି ଛକରେ ଏକ ଟ୍ରକ୍ ବାଇକ୍‌କୁ ଧକ୍କାଦେବା ଫଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ବସିଥିବା ନାବାଳକଟି ଅଳ୍ପକେ ବର୍ତିଯାଇଛି। ଏଠାରେ ସୂଚନାଯୋଗ୍ୟ କୁଆଁସ ନିବାସୀ ଡୋରା ମୁଣ୍ଡା (୪୭) ବାଇକ୍ ଯୋଗେ ତାଙ୍କର ନାବାଳକ ପୁତ୍ରକୁ ନେଇ ଆରଡିଛକ ସର୍ଭିସ୍ ରୋଡ୍‌ରେ ଯାଉଥିବାବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍ ଆରୋହୀ ଡୋରା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା ନାବାଳକ ଅଳ୍ପକେ ବର୍ତିଯାଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସେଠାରେ ପୁଲିସ ପହଂଚି ପରିସ୍ଥିତିକୁ ଆୟତକୁ ଆଣିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ନାବାଳକଟି ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣାପଡିଛି।

SOURCE: ODIA PUA