Home national news oriya ପ୍ରଧାନଶିକ୍ଷକ କେଦାରେଶ୍ୱରଙ୍କୁ ଅବସର ସମ୍ବର୍ଦ୍ଧନା

ପ୍ରଧାନଶିକ୍ଷକ କେଦାରେଶ୍ୱରଙ୍କୁ ଅବସର ସମ୍ବର୍ଦ୍ଧନା

9
0

Source :- ODIA PUA

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଳାଉତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କେଦାରେଶ୍ୱର ମହାନ୍ତିଙ୍କୁ ଆଜି ବିଦ୍ୟାଳୟ ପରିସରରେ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାକୁ ଭଦ୍ରକ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଏଥିରେ ସ୍ଥାନୀୟ ସରପଚଂ ଗିରିଧାରୀ ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ନୃସିଂହ ଚରଣ ସାହୁ, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳା ନନ୍ଦ ରାଉତ୍‌, ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ୍‌, ଆଲୁମିନି କମିଟି ସଭାପତି ଜିତେନ୍ଦ୍ର ନାୟକ, ଏସଏମସି ସଭାପତି ପ୍ରଭାତ କୁମାର ଭୂୟାଁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ମହାନ୍ତି ଜଣେ କର୍ତବ୍ୟ ନିଷ୍ଠ,ସମୟାନୁବର୍ତିତା,ଛାତ୍ରଛାତ୍ରୀଙ୍କୁ ଭଲ ପାଉଥିବା ଆଦର୍ଶବାନ୍ ବ୍ୟକ୍ତି ଥିଲେ ବୋଲି କହିଥିଲେ । ଏହି ଅବସରରେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମେତ ରାମଚରରିତ ମାନସ କମିଟି ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ପ୍ରଶଂସା ପତ୍ର, ପୁଷ୍ପଗୁଚ୍ଛ, ଉତରୀୟ ଓ ଉପକରଣ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷୟିତ୍ରୀ ସୁବାଶିନୀ ଘଢେଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଓ ଶେଷରେ ଜାନକୀ ଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରିୟଙ୍କା ଲେଙ୍କା, ଅରୁନ୍ଧତୀ ଦାସ, ନିହାରିକା ଖଟୁଆ, ମମତା ମଞ୍ଜରୀ ବେହେରା, ଅଜୟ କୁମାର ଜେନା, ଜୟନ୍ତୀ ନାୟକ, ସତ୍ୟବ୍ରତ ଭୂୟାଁ , ସୁମତୀଲତା ଜେନା, ସସ୍ମିତା ସାହୁ, ରୋଜାଲିନ୍ ବେହେରା, ବନ୍ଦନା ମଲ୍ଲିକ, ସୁବର୍ଣ୍ଣ କୁମାର ନାୟକ, ଶିଶିର କୁମାର ଶଙ୍ଖୁଆ, ଚିନ୍ମୟ କୁମାର ମହାନ୍ତି, ପ୍ରକାଶ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

SOURCE: ODIA PUA