Home national news oriya ଶ୍ୱେତପଦ୍ମା ପାତ୍ରଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଶ୍ୱେତପଦ୍ମା ପାତ୍ରଙ୍କୁ ବିଦାୟୀ ସମ୍ବର୍ଦ୍ଧନା

9
0

Source :- ODIA PUA

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତୋଫାବିବି କ୍ଲଷ୍ଟର ଅଧିନ ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଣ୍ଡଳୀର ଶିକ୍ଷୟିତ୍ରୀ ଶ୍ୱେତପଦ୍ମା ପାତ୍ରଙ୍କୁ ଆଜି ବିଦ୍ୟାଳୟରେ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ତୋଫାବିବି ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାରଙ୍କ ତତ୍ୱାବଧାନରେ ଶିକ୍ଷକ ନିରଞ୍ଜନ ରାଉତ୍‌, କାଦବରାଙ୍ଗ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ପଲେଇ,ଶିକ୍ଷୟିତ୍ରୀ ଭାରତୀ ମିଶ୍ର, ରୋଜାଲିନ୍ ପାତ୍ର,ଗୀତାରାଣି ସାହୁ, ଉମାମଣି ସିଂ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଜେନା,ଗୋବିନ୍ଦ ଚନ୍ଦ୍ର ରାଉତ, ଶିକ୍ଷକ ଅର୍ନ୍ତଯ୍ୟାମୀ ମଲ୍ଲିକ, ବିଜୟ ଦାସ, ଅଶୋକ ପାତ୍ର, ପାଚିକା ଅହଲ୍ୟା ଦାସଙ୍କ ସମେତ ଏନପିଏସ ସଂଘର ସଭ୍ୟ ଓ ତୋଫାବିବି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତି ପାତ୍ରଙ୍କ ମହନୀୟ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉତରୀୟ,ପୁଷ୍ପଗୁଚ୍ଛ ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

SOURCE: ODIA PUA