Home national news oriya ଭଦ୍ରକ ନାମ ଓ ଧାମ ପଛରେ ଅଛି ଅନନ୍ତ ମହିମା,ବୈଶାଖୀ ମେଳାର ୩ୟ ସନ୍ଧ୍ୟାରେ ମାଟିର...

ଭଦ୍ରକ ନାମ ଓ ଧାମ ପଛରେ ଅଛି ଅନନ୍ତ ମହିମା,ବୈଶାଖୀ ମେଳାର ୩ୟ ସନ୍ଧ୍ୟାରେ ମାଟିର ଗୌରବ ଗାନ

8
0

Source :- ODIA PUA

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହ୍ୟ ସମ୍ପନ୍ନ ଭଦ୍ରକ ମାଟିର କଳା, ସଂସ୍କୃତି ଓ ପରମ୍ପରାର ମହାକୁମ୍ଭ ‘ବୈଶାଖୀ ମେଳା-୨୦୨୬’ ସମ୍ପ୍ରତି ଉତ୍ସବମୁଖର। ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ପରିସରରେ ଓଡ଼ିଶା ସଂସ୍କୃତି ଓ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ମେଳାର ୩ୟ ସନ୍ଧ୍ୟା ଆଧ୍ୟାତ୍ମିକତା ଓ ଆଞ୍ଚଳିକ ଗୌରବରେ ଥିଲା ମହିମାନ୍ୱିତ। ଆଜିର ଆଲୋଚ୍ୟ ବିଷୟ ଥିଲା ‘ଭଦ୍ରକ ନାମ, ଧାମ ଓ ମାହାତ୍ମ୍ୟ’। ଭଦ୍ରକ ମାଟିର ଯଶସ୍ୱୀ କଥାଶିଳ୍ପୀ ଡ. ରାଧାବିନୋଦ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ମେଳାର ଆବଶ୍ୟକତା ଓ ସାମାଜିକ ସଂହତି ଉପରେ ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ଯନ୍ତ୍ରୀ ବସନ୍ତ ପାଣିଗ୍ରାହୀ ଯୋଗଦେଇ ଭଦ୍ରକର ଐତିହାସିକ ପୃଷ୍ଠଭୂମି, ପୀଠ ମାହାତ୍ମ୍ୟ ଓ ଆଞ୍ଚଳିକ ସଂସ୍କୃତି ଉପରେ ଆଲୋଚନା କରିଥିଲେ।ବରେଣ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଭଦ୍ରକର ଆଧ୍ୟାତ୍ମିକ ବିଭବ ଓ ସାଂସ୍କୃତିକ ଜାଗରଣ ସମଗ୍ର ଓଡ଼ିଶାର ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରିଆନ ଇନ୍ଦ୍ରଜିତ ସାହୁ ଯୋଗଦେଇ ଭଦ୍ରକ ପ୍ରତିଟି ଧୂଳିକଣାରେ ରହିଥିବା ଐତିହାସିକ ଗରିମା ବିଷୟରେ ସ୍ମରଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ ସମାଜସେବୀ ତ୍ୟାଗଭୂମି ମହୋତ୍ସବର ସମ୍ପାଦକ ଗଦାଧର ବଳ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼. ସୁଧାଂଶୁ ନାୟକ, ରାଜକିଶୋର ସାହୁ, ପଦ୍ମନ ରାୟ, ନାରାୟଣ ପାଢି, ବୈଲୋଚନ ବେହୁରିଆ, ମଦନ ମୋହନ ନାୟକ, ଗୋରଙ୍ଗ ବାରିକ , ଚନ୍ଦ୍ରଶେଖର ନାୟକ, ବାବୁଲାଲ ଦାସ, ସୁଶ୍ରୀ ବସୁମିତ୍ରା ସାହୁ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ଇଂ ଅଖିଳ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ. ସମାଜସେବୀ ସୁଧାକର ରାଉତ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବା ବେଳେ ସମାଜସେବୀ ଲକ୍ଷ୍ମୀକାନ୍ତ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ଓ ଗୀତ ପରିବେଷଣ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ତାରକା ବ୍ରଜ ସିଂହଙ୍କ ନିର୍ଦ୍ଦେଶିତ ‘ପେଟେଣ୍ଟ ମେଡିସିନ’ ନାଟିକା ଦର୍ଶକଙ୍କୁ ବିମୋହିତ କରିଥିଲା।

SOURCE: ODIA PUA