Home national news oriya ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ସହ ଶୈଖିକ ମହାସଂଘର ଆଲୋଚନା

ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ସହ ଶୈଖିକ ମହାସଂଘର ଆଲୋଚନା

12
0

Source :- ODIA PUA

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଶୈଖିକ ମହାସଂଘ ପକ୍ଷରୁ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସାଂସଦ ଅଭିମନ୍ୟୁ ସେଠୀଙ୍କ ସହ ଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି। ମହାସଂଘ ସଭାପତି ବିମ୍ବାଧର ସେନାପତି, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଯୁଗ୍ମ ସଙ୍ଗଠନ ସମ୍ପାଦକ ଉମାକାନ୍ତ ସାହୁ, ଉପଦେଷ୍ଟା ପାର୍ଥସାରଥି ଦାସ, ସୁବ୍ରତ କୁମାର ନାୟକ, ତ୍ରିଲୋଚନ ନାୟକ, ସୁବାସ ଚନ୍ଦ୍ର ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ରାଉତ, ବାସୁଦେବପୁର ବ୍ଲକ ସଭାପତି ରାଜକିଶୋର ମଲ୍ଲିକ ପ୍ରମୁଖ ଶିକ୍ଷା, ଶିକ୍ଷାଦାନ, ଶିକ୍ଷାନୁଷ୍ଠାନ ଆଦିର ସମସ୍ୟା ଓ ସେଗୁଡିକର ଆଶୁ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ମହାସଂଘ ପକ୍ଷରୁ ଶ୍ରୀ ସାମଲ, ଶ୍ରୀ ମହାପାତ୍ର, ଉଚ୍ଚଶିକ୍ଷାମନ୍ତ୍ରୀ, ସାଂସଦ ଶ୍ରୀ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

SOURCE: ODIA PUA