Home national news oriya ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ବୌଠକ

ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ବୌଠକ

15
0

Source :- ODIA PUA

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପରିବାର ପକ୍ଷରୁ ଗ୍ରୀଷ୍ମ ଋତୁରେ ରକ୍ତର ଅଭାବ ଯୋଗୁଁ ଭଦ୍ରକ ରକ୍ତଭଣ୍ଡାର ଘୁର ରକ୍ତ ଅଭାବ ପ୍ରତ୍ୟେକ ଦିନ ଥାଲେସେମି ରୋଗୀ ମାନଙ୍କୁ ରକ୍ତ ଆବଶ୍ୟକ ପଡ଼ୁଛି । ଏଥି ପାଇଁ ରକ୍ତ ଦାନ ଶିବିର ଆୟୋଜନ ଏକ ପ୍ରସ୍ତୁତି ବୈଠଠକ ପହଣା ପ୍ରାଥମିକ ବିଦ୍ୟାଳୟ,ଆରଡ଼ି,ଭଦ୍ରକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୦୩/୦୫/୨୦୨୬ ରେ ବିଶାଳ ରକ୍ତ ଦାନ ଶିବିର ଆୟୋଜନ ହେବାକୁ ଯାଉଛି ସ୍ଥିର ରହିଛି। ଏହି ରକ୍ତ ଦାନ ଶିବିର ରେ ୧୦୦ ଜଣ ରକ୍ତ ଦାନ କରିବେ ଏହି ବୋଲି ସଂଗଠନ କର୍ମକର୍ତା ଆଲୋଚନା କରିଛନ୍ତି। ଏହି ବୌଠକ ର ସଂଗଠନର ସଭାପତି ମିଥୁନ ଜେନା ଅଧ୍ୟ୍ୟକ୍ଷତା କରିଥିଲେ। ପହଣା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ,ମଠଡିହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ରଞ୍ଜିତ ରାଉତ ଉପସ୍ଥିତ ଥିଲେ,ଶିକ୍ଷୟତ୍ରୀ ଅଞ୍ଜୁଲତା ପୁହାଣ,ଶିକ୍ଷକ ଶମ୍ଭୁନାଥ ମୁର୍ମୁ,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମୁର୍ମୁ,ନାନ୍ଦପୁର ଗ୍ରାମ ପଂଚାୟତ ଯୁଗ ରାଜନେତା ବିପ୍ଲବ ଭଞ୍ଜ,ସମ୍ପାଦକ -ମିହିର ନାୟକ,ଓମ୍ ଶାନ୍ତି ର ସଦସ୍ୟ ଗୌରୀଶଙ୍କର ସାହାଣୀ,ସ୍ମୂତି ରଞ୍ଜନ ବିଶ୍ୱାଳ,ସମ୍ବିତ ଦାସ,ସୁନାକର ଦାସ ପ୍ରମୁଖ ବୌଠକରେ ଯୋଗ ଦେଇ ଥିଲେ ଶେଷରେ ମିହିର ନାୟକ ଧନ୍ୟବାଦ ଜଣାଇଥିଲେ।

SOURCE: ODIA PUA