Home national news oriya ଭଦ୍ରକର ସ୍ୱତନ୍ତ୍ର କାରାଗାରରେ ମହିଳା ବନ୍ଦିନୀ ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକର ସ୍ୱତନ୍ତ୍ର କାରାଗାରରେ ମହିଳା ବନ୍ଦିନୀ ପାଳିଲେ ସାବିତ୍ରୀ ବ୍ରତ

12
0

Source :- ODIA PUA

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ଓଡ଼ିଆ ସଂସ୍କୃତିରେ ସାବିତ୍ରୀ ବ୍ରତର ମହାନତା ଯେ କେବଳ ଘରେ ଘରେ ପାଳନ ହୁଏ ତାହା ନୁହେଁ, ପରିସ୍ଥିତି ଓ ଘଟଣାଚକ୍ରରେ ପଡ଼ି ଜେଲର ଚାରିକାନ୍ଥ ଭିତରେ ଜୀବନ ବିତାଉଥିବା ବହୁ ବିବାହିତା ମହିଳା ଯେ ନିଜ ନିଜର ପତିମାନଙ୍କର ମଙ୍ଗଳ କାମନା କରି ଏହି ବ୍ରତ ବାହାର ମନ୍ଦିରକୁ ଆସି ପାଳନ କରିଥାନ୍ତି, ତାହା ଭଦ୍ରକ ସ୍ୱତନ୍ତ୍ର ଜେଲର ଗତ ୨୦ବର୍ଷର ଇତିହାସରୁ ଜଣାପଡ଼େ। ଏହି ଜେଲ ଭିତରେ କେବଳ ସାବିତ୍ରୀ ବ୍ରତ ନୁହେଁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ବାର ମାସରେ ଯେଉଁ ତେରପର୍ବର ପରମ୍ପରା ସୃଷ୍ଟି ହୋଇଛି, ତାହା ମୂଳରେ କାରାଅଧିକ୍ଷକ ପ୍ରକାଶ ସେଠୀଙ୍କ ପ୍ରେରଣା ଉଦାହରଣ ନିଶ୍ଚୟ। ଚଳିତବର୍ଷର ଏହି ପୂଜା ବେଶ୍ ଉତ୍ସାହ ଉଦ୍ଦିପନାର ସହ ଜେଲ ବାହାରେ ଥିବା ମହାବୀର ମନ୍ଦିରରେ ପାଳିତ ହୋଇଛି। ପ୍ରତ୍ୟୁଷରୁ ଜେଲରେ ଆଜୀବନ ସଶ୍ରମ କାରାଦଣ୍ଡ ଭୋଗୁଥିବା ବନ୍ଦିନୀ ନିୟମାନୁସାରେ ଉପବାସ କରି ନବବସ୍ତ୍ର ପରିଧାନସହ ମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେମାନେ ପୂଜକଙ୍କ ନିକଟରେ ନିଜ ନିଜର ପତିମାନଙ୍କର ନାମ କହି ସେମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଜେଲରେ ଥିବ ପୁରୁଷ କଏଦୀ ମାନଙ୍କ ସ୍ତ୍ରୀଙ୍କୁ ଜେଲ ପରିସରରେ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସେହିପରି ମହିଳା କଏଦୀ ମାନେ ଜେଲ ପରିସରରେ ଥିବ ମାଆଙ୍କ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରିଛନ୍ତି। ମହିଳା କଏଦୀ ମାନଙ୍କୁ ଜେଲ ପକ୍ଷରୁ ପକ୍ଷରୁ ଶାଢ଼ୀ, ପୂଜାସାମଗ୍ରୀ ସହିତ ଅନ୍ୟାନ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଜେଲର ସୂଚନା ଦେଇଛନ୍ତି। ଅନ୍ୟପଟେ ଜେଲରେ ସ୍ୱାମୀଙ୍କୁ ଭେଟିବା ସହିତ ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ସ୍ତ୍ରୀ। ଏହି ପୂଜାର୍ଚ୍ଚନା କାଳରେ କାରାଗାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

SOURCE: ODIA PUA