Home national news oriya ଜିଲ୍ଲାସ୍ତରୀୟ ସିଏମ୍ ଟ୍ରଫି: ମଂଚରେ କ୍ରୀଡା ମନ୍ତ୍ରୀଙ୍କ ଫଟୋ ନାହିଁ, ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ,...

ଜିଲ୍ଲାସ୍ତରୀୟ ସିଏମ୍ ଟ୍ରଫି: ମଂଚରେ କ୍ରୀଡା ମନ୍ତ୍ରୀଙ୍କ ଫଟୋ ନାହିଁ, ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ, ମନ୍ତ୍ରୀଙ୍କୁ ବଦନାମ କରିବାକୁ ଚକ୍ରାନ୍ତ

10
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦୋବଲ କାଳୀ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଂଟକୁ ନେଇ ବିବାଦ ଦେଖାଦେଇଛି। ଫାଇନାଲ ମ୍ୟାଚ୍ ଦିନ ପୁରସ୍କାର ବିତରଣୀ ମଂଚରେ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଫଟୋ ନଥିବାରୁ ତାଙ୍କ ସମର୍ଥକମାନେ ତୀବ୍ର ନାପସନ୍ଦ କରିଛନ୍ତି। ଟୁର୍ଣ୍ଣାମେଂଟର ଫାଇନାଲ୍ ମ୍ୟାଚ୍ ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏବଂ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣ ଓ ଏନ୍‌ଏସି ପ୍ରତିନିଧି କୈଳାସ ମହାପାତ୍ରଙ୍କ ସମେତ ଅନେକ ସ୍ଥାନୀୟ ବିଜେପି ନେତା ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ସ୍ୱଘୋଷିତ ପ୍ରତିନିଧି ଅରବିନ୍ଦ ପତି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ ତୁଲାଇଥିଲେ।ଏପରିକି ସମସ୍ତ ସାମ୍ବାଦିକ ଙ୍କୁ ଉକ୍ତ କାର୍ଯ୍ୟକ୍ରମ ଆସିବା ପାଇଁ ଦାଇତ୍ୱ ନେଇ ଥିଲେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଦେବଦତ ମହାପାତ୍ର କହିଥିଲେ। ମଂଚରେ ଲଗାଯାଇଥିବା ବ୍ୟାନର ଓ ଷ୍ଟାଣ୍ଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସିତାଂଶୁ ମହାପାତ୍ରଙ୍କ ଫଟୋ ସ୍ଥାନ ପାଇଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କୌଣସି ଫଟୋ ମଂଚ ରେ ନଥିଲା। ଯେଉଁ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଦୋବଲ ଭଳି ସ୍ଥାନରେ ଏଭଳି ଏକ ବୃହତ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଛି, ସେଠାରେ ତାଙ୍କ ଫଟୋ ନ ରହିବାକୁ ସମର୍ଥକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ବିବାଦ ଉପରେ ସ୍ପଷ୍ଟୀକରଣ ରଖି ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର କହିଛନ୍ତି ଯେ, ମୁଁ ନୂଆକରି ଦାୟିତ୍ୱ ନେଇଛି ତୃଟିବିଚ୍ୟୁତି ଥାଇପାରେ ବୋଲି ସେ କହିଥିଲେ। ଅନ୍ୟପଟେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା କୌଣସି ବିବାଦର ବିଷୟ ନୁହେଁ ଏବଂ ଏଭଳି ଏକ ଛୋଟ କଥାକୁ ନେଇ ଏତେ ବଡ ବିବାଦ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷେ ଧାମନଗର ରେ ମନ୍ତ୍ରୀ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି କିଛି ଲୋକ କୁହାକୁହି ହେଉଛନ୍ତି।

SOURCE: ODIA PUA