Home national news oriya ଅକ୍ଷୟ ତୃତୀୟା ଓ ସମରସତା ଦିବସ

ଅକ୍ଷୟ ତୃତୀୟା ଓ ସମରସତା ଦିବସ

18
0

Source :- ODIA PUA

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅକ୍ଷୟ ତୃତୀୟା ଓ ସମର ସତା ଦିବସ ପାଳିତ ହୋଇଯାଇଛି । ଏହି ବ୍ଲକ୍ ନିଳୋକ ପଚାଂୟତ ଦୋଳପଦୀ ଆଦିବାସୀ ସାହି ଠାରେ ଆୟୋଜିତ ସଭାକୁ ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା ଅଧ୍ୟକ୍ଷତା କରିଥିଲେ । ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକର ଜୀବନ ଦର୍ଶନ ଉପରେ କହି ମୌଳିକ ସୁବିଧାରୁ ବଚିଂତ ଆଦିବାସୀଙ୍କ ସମସ୍ୟା ଉପରେ ଅବଗତ ହୋଇଥିଲେ । ସଭାରେ ବରିଷ୍ଠନେତା ଆନନ୍ଦ ଚନ୍ଦ୍ର ଓଝା, କମଳାକାନ୍ତ ସାହୁ,ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ,ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ନୀଳକ ସମିତିସଭ୍ୟ ଉଦ୍ଧବ ସେଠୀ, କୃଷକ ନେତା ଶଙ୍କର୍ଷଣ ଜେନା, ଜିତେନ୍ଦ୍ର ନାୟକ,ପୂର୍ବତନ ସରପଚଂ ମନୋଜ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆଜି ଦିବସର ମହତ୍ୱ ଉପରେ ମତ ରଖି ଦଳିତଙ୍କ ଉତ୍‌ଥାନ ନେଇ ମୋହନ ସରକାରଙ୍କ ବିିଭିନ୍ନ ପଦକ୍ଷେପ ଉପରେ ମତ ରଖିଥିଲେ । ଅଶୋକ ଖୁଟିଂଆ, ଆଲୋକ ମିଶ୍ର, ୱାର୍ଡ ସଭ୍ୟ ସ୍ନେହଲତା ସାହୁ, ପୁଷ୍ପଲତା ବେହେରା, ରମେଶ ମୁଦୁଲି, ଶନିଆ ମୁଣ୍ଡା, ଦେବେନ୍ଦ୍ର ମହାନ୍ତି, ଲରେନ୍ସ ବେହେରା, ବିଜୟ ପ୍ରଧାନ, ଲକ୍ଷ୍ମୀଧର ପାଗଳ, ବିଦ୍ୟାଧର ସେନାପତି, ବସନ୍ତ ବାରିକ୍‌,ଅରୂ ଖୁଟିଂଆ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅନନ୍ତ ସାହୁଙ୍କ ଧାନ କ୍ଷେତରେ ହଳ ବୁଲାଯାଇ ଅଖିମୁଠି ଅନୁକୂଳ କରାଯାଇଥିଲା । ଶେଷରେ ଆଦିବାସୀଙ୍କ ଗହଣରେ ଭୋଜନ କରିଥିଲେ ଅତିଥି।

SOURCE: ODIA PUA