Source :- ODIA PUA
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଧାମନଗରରେ “ନିଶାମୁକ୍ତ ଜନଜାଗରଣ ଅଭିଯାନ” ବୁଧବାର ଆୟୋଜିତ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଏବଂ ରାଜ୍ୟ ଅଧ୍ୟକ୍ଷ ମାନସ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେତାମାନେ ଅସୁରାଳି, ଧୁଶୁରୀ ଓ ପାଳସାହି ଅଂଚଳରେ ଲୋକମାନଙ୍କୁ ନିଶାବିରୋଧୀ ସଚେତନତା ବାର୍ତା ପ୍ରଚାର କରିଥିଲେ। ପରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ବାସଭବନରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଅଭିଯାନର ଲକ୍ଷ୍ୟ ଓ ପ୍ରଗତି ସମ୍ପର୍କରେ ଅବଗତ କରାଯାଇଥିଲା। ଭଦ୍ରକ ଜିଲ୍ଲାରେ ଦୁଇ ଦିନ ଧରି ଚାଲିଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ନିଶାମୁକ୍ତ ଓଡ଼ିଶା ଗଠନ ସହ ଯୁବପିଢ଼ୀଙ୍କୁ ନିଶାରୁ ଦୂରେଇ ରଖିବା। ମଦ୍ୟପାନକୁ ଅନେକ ସାମାଜିକ ସମସ୍ୟା ଓ ଅପରାଧ ମୂଳ କାରଣ ଭାବେ ଚିହ୍ନଟ କରି, ଖୋଲା ଓ ଚୋରା ମଦ ବ୍ୟବସାୟ ରୋକିବା ପାଇଁ ସଚେତନତା ଆବଶ୍ୟକ ଓ ସରକାର ନିର୍ବାଚନୀ ମୁଦାରେ ଦେଇଥିବା ପ୍ରତିଶ୍ରୁତି ଓଡିଶାରୁ ମଦ ବନ୍ଧ କରିବା ପ୍ରତିଶ୍ରୁତି ପାଳନ କରନ୍ତୁ ବୋଲି କର୍ମୀମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ସହ ବିଦ୍ୟାଧର ଜେନା, ଅଭିଷେକ ରାଉତ, ଆଶିଷ କୁମାର ମଲ୍ଲିକ, ରାଜେନ୍ଦ୍ର ଜେନା, ରଞ୍ଜନ ଜେନା, ଜାନକୀ ମଲ୍ଲିକ, ଦେବେନ୍ଦ୍ର ମହାନ୍ତି, ହରିହର ମଣ୍ଡଳ, ପୀତବାସ ଧଳ, ବିଜୟ ବାରିକ, ସଂଗ୍ରାମ କେଶୋରି ନାୟକ, ବିଶ୍ୱଜିତ ସ୍ୱାଇଁ, ରବିନ୍ଦ୍ର ମଲ୍ଲିକ, ଦୀନବନ୍ଧୁ ଦାସ, ମାନସ ତରାଇ ଓ ସଞ୍ଜିତ ବାରିକ ସମେତ ବହୁ ନେତୃମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ।
SOURCE: ODIA PUA



