Home national news oriya ହାଜୀ ମହମ୍ମଦ ଅବଦୁଲ ବାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ସ୍ମୃତି କମିଟି ଗଠିତ

ହାଜୀ ମହମ୍ମଦ ଅବଦୁଲ ବାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ସ୍ମୃତି କମିଟି ଗଠିତ

8
0

Source :- ODIA PUA

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରୀୟ ସଦଭାବନା ପୁରୁଷ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ତଥା ଭଦ୍ରକ ମୁସଲିମ ଜମାତର ଆଜୀବନ ସଭାପତି ସ୍ୱର୍ଗତ ହାଜୀ ମହମ୍ମଦ ଅବଦୁଲ ବାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନର ପ୍ରସ୍ତୁତି ବୈଠକ ଫେଲୋସିପ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ପ୍ରତିଷ୍ଠିତ ବ୍ୟବସାୟୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ହାଜୀ ଅବଦୁଲ ମୁକିତ ଖାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫେଲୋସିପ ର ସମ୍ପାଦକ ଏସ.ଏମ.ଫାରୁକ ପ୍ରସ୍ତୁତି ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହି ଶ୍ରାଦ୍ଧ ବାର୍ଷିକୀ ଉତ୍ସବକୁ ପ୍ରତିବର୍ଷ ପାଳନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ଏକ ନୂଆ କମିଟି “ମାନବବାଦୀ ମହମ୍ମଦ ଅବଦୁଲ ବାରୀ ସ୍ମୃତି କମିଟି” ଗଠନ କରାଯାଇଛି। ସଭାପତି ଭାବେ ସୁଧାକର ରାଉତଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ୩ ଉପ-ସଭାପତି ଭାବେ ବିଦ୍ୟାଧର ସାହୁ , ଅବଦୁଲ ଦୟାନ ଜିଆ, ଅଶୋକ କୁମାର ଦାସଙ୍କୁ ଅର୍ପଣ କରାଯାଇଛି । ସମ୍ପାଦକ ଭାବେ ମୁସ୍ତାକ ଗୌହର , ସହ- ସମ୍ପାଦକ ଭାବେ ମିର୍ଜା ଇଜାଜ ବେଗ ଓ କୋଷାଧକ୍ଷ ଭାବେ ବିବେକ ମୁଖାର୍ଜୀଙ୍କୁ ଦାୟିତ୍ୱ ଭାର ଦିଆଯାଇ କମିଟି ଗଠନ କରାଯାଇଛି। ଏହାବ୍ୟତୀତ ଉପଦେଷ୍ଟା ମଣ୍ଡଳୀ ଭାବେ ଏସଏମ ଫାରୁକ, ଅବଦୁଲ ମୁକିତ ଖାନ, ଅଜୟ ନାୟକ, ନାସିର ବକ୍ସ, ଇଂ ମନୱର ହୋସେନ, ଦିବ୍ୟସିଂ ନାୟକ, ଆବୁଲ କାସିମଙ୍କୁ ରଖାଯାଇଛି। ସୂଚନାଯୋଗ୍ୟ ଯେ ସ୍ୱର୍ଗତ ହାଜୀ ଅବଦୁଲ ବାରୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆସନ୍ତା ୨୯ ମାର୍ଚ୍ଚ ୨୦୨୬ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ହେଲା ଏବଂ ଶ୍ରାଦ୍ଧ ବାର୍ଷିକରେ କବି ମାନଙ୍କ ଲିଖିତ ସ୍ମରଣିକା ପତ୍ରିକା ପ୍ରକାଶ କରାଯିବ । ଏହି ସ୍ମୃତି କମିଟିର ସଭ୍ୟ ଭାବେ ଦିବ୍ୟସିଂ ନାୟକ, ମନାୱର ହୋସେନ, ଲଲାଟେନ୍ଦୁ ମହାପାତ୍ର, ନାସିର ବକ୍ସ, ଲକ୍ଷ୍ମୀକାନ୍ତ ବାରିକ, ନିହାର ଦାସ, ନରେନ୍ଦ୍ର ସାମଲ, କମଳାକାନ୍ତ ସ୍ୱାଇଁ, ହାଜୀ ଏନାମ ମହମ୍ମଦ, ହାଜୀ କାସିମ ଖାନ, ଡ଼. ରବି ମହାପାତ୍ର, ଶେଖ ଅନୱର, ମିର୍ଜା ଏକ୍ରାମ ବେଗ, ହାଜୀ କ୍ୟୈୁମ ସାହା, ହାଜୀ ଇବରାର ହୋସେନ ଓ ମଂଜୁର ହୋସେନ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ପାଇଁ ଆଲୋକପାତ କରିଥିଲେ ।

SOURCE: ODIA PUA