Home national news oriya ସୁରକ୍ଷା ପାଚେରୀକୁ ପିଟିଲା ବାଇକ; ୨ ମୃତ, ଜଣେ ଗୁରୁତର

ସୁରକ୍ଷା ପାଚେରୀକୁ ପିଟିଲା ବାଇକ; ୨ ମୃତ, ଜଣେ ଗୁରୁତର

7
0

Source :- ODIA PUA

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଭଦ୍ରକ ସହରର ବନ୍ତଛକ ଫ୍ଲାଏ ଓଭରବ୍ରିଜ୍ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବନ୍ତ ଛକ ଫ୍ଲାଏ ଓଭର ବ୍ରିଜ ନିକଟରେ ଏକ ବାଇକରେ ୩ ଜଣ ଯୁବକ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରାଇ ସୁରକ୍ଷା ପାଚେରୀକୁ ବାରମ୍ବାର ଧକ୍କା ଦେବା ଫଳରେ ସେମାନେ ରାସ୍ତା ମଝିକୁ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରିଛନ୍ତି। ତେବେ ଏହି ୩ ଜଣଙ୍କ ମଧ୍ୟରୁ ତାଙ୍କର ଆଧାର କାର୍ଡ ଆଧାରରେ ଜଣଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଅଂଚଳର ଆସେଦ ଆଲ୍ଲୀ ବୋଲି ଜଣା ପଡ଼ିଥିଲା ବେଳେ ଅନ୍ୟ ଦୁଇ ଜଣ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ସେମାନେ ପଶ୍ଚିମବଙ୍ଗ ଅଂଚଳର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

SOURCE: ODIA PUA