Home national news oriya ଶାରଦାରେ ପାଳିତ ହେଲା ମାତୃପିତୃ ପୂଜନ ଦିବସ

ଶାରଦାରେ ପାଳିତ ହେଲା ମାତୃପିତୃ ପୂଜନ ଦିବସ

28
0

Source :- ODIA PUA

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ସ୍ଥାନୀୟ ଅଗ୍ରଣୀ ଘରୋଇ ଶିକ୍ଷା ଅନୁଷ୍ଠାନ ଏହି ଅଂଚଳରେ ସାତଟି ସ୍ଥାନ ରେ ମାତୃ ପିତୃ ପୂଜନ ଦିବସ ମହା ସମାରୋହରେ ପାଳିତ ହୋଇଛି। ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ଭଦ୍ରକର ସହାୟତାରେ ଏହି ଦିବ୍ୟ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସନ୍ତାନ ମାନେ ସେମାନଙ୍କ ପିତାମାତାଙ୍କୁ ପୂଜା କରି ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଶାରଦା ବିଦ୍ୟାମନ୍ଦିର, ଭଣ୍ଡାରିପୋଖରୀ ରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଯୋଗେନ୍ଦ୍ର ନାଥ ଦାସ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କୁ ଆଶୀର୍ବାଦ କରିଥିଲେ । ପ୍ରଭାତୀ ବାହାଲିଆ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛତାବର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିଦ ଫକୀର ଚରଣ ଧଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ସରସଦା ଭାଗବତ ଟୁଙ୍ଗୀରେ କବିତା ତ୍ରିପାଠୀ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ଦୁର‌୍ୟୋଧନ ଲେଙ୍କା ଅତିଥି ରୂପେ ଯୋଗ ଦେଇଥିଲେ। କୁଲଣା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ତେସିଙ୍ଗା ସରପଂଚ ଧନେଶ୍ୱର ଖୁଂଟିଆ ଯୋଗ ଦେଇଥିଲେ । ବାହାଦଲପୁର, ନେରଡ଼ା, ବାରିକ ପୁର ରାମ ମନ୍ଦିର ପରିସରରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମ ରେ ଯଥାକ୍ରମେ ପ୍ରଜ୍ଞା ପରମିତା ବାରିକ, କେଶବ ଚନ୍ଦ୍ର ସେଠୀ ଓ ସୁଶାନ୍ତ ପଣ୍ଡା ସଂଯୋଜନା କରିଥିଲେ । ସେବା ସମିତିର ସଭ୍ୟ ପବନ କୁମାର ନାୟକ ଏହି ସବୁ କାର୍ଯ୍ୟକ୍ରମର ଭୁୟସୀ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଗୁରୁମା ଗୁରୁଜୀ ମାନେ ସହାୟତା ପ୍ରଦାନ କରିଥିଲେ । ଭାବ ଓ ଭକ୍ତିରେ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଂଶସା କରିଥିଲେ ।

SOURCE: ODIA PUA