Home national news oriya ଶନି ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ

ଶନି ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ

21
0

Source :- ODIA PUA

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଦିବ୍ୟଗ୍ରାମ ଛୟାଳସିଂହ ଗ୍ରାମରେ ଅବସ୍ଥିତ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସିଂହବାହିନୀ ଗ୍ରାମ୍ୟ ପୁଷ୍କରିଣୀରୁ ୨୧ ଗୋଟି କଳସ ଘଟୋଉତଳନ କରାଯାଇ ବାଜା ବାଣ ରୋଷଣୀରେ ଗ୍ରାମ ବଜାର ପରିକ୍ରମା ପରେ ଯଜ୍ଞ ମଣ୍ଡପକୁ ଅଣାଯାଇଥିଲା। ପୂଜାରୀ କାଶୀନାଥ ପାଣିଗ୍ରାହୀ, ନାରାୟଣ ମିଶ୍ର, ରାମଚନ୍ଦ୍ର ପଣ୍ଡା, କେଶବ ପାଣିଗ୍ରାହୀ, ଗୌରାଙ୍ଗ ଚନ୍ଦ୍ର ମିଶ୍ର, ଅଙ୍କୁରାରୋପଣ ଅଧିବାସ, ପଞ୍ଚଗବ୍ୟ ଶୋଧନ, ସୂର୍ଯ୍ୟପୂଜା, ଗୋ ପୂଜା, ସୂର୍ଯ୍ୟାଗ୍ନି ଆହରଣ, କଳସ ଯାତ୍ରା, ଦ୍ୱାରାପାଳ ପୂଜା, ପାର୍ଶ୍ୱଦେବତା ପୂଜା, ଅଗ୍ନି ସ୍ଥାପନ, ଧୂଜ ଉତୋଳନ, ସପ୍ତଚଣ୍ଡୀ ଯଜ୍ଞ, ଶନିଦେବଙ୍କ ୧୦୮ ଆହୁତି, ବାସ୍ତୁ ମଣ୍ଡଳ ପୂଜା, ଶନିଦେବଙ୍କ ମହାସ୍ନାନ, ଅଭିଶେକ, ପୂର୍ଣ୍ଣାହୁତି ପୂଜା କାର୍ଯ୍ୟ ନିର୍ବାହ କରିଥିବା ବେଳେ କର୍ତାକାର୍ଯ୍ୟ ବିଜୟ ନାୟକ, ପ୍ରଭାସିନୀ ନାୟକ ତୁଲାଇଥିଲେ। କଳସ ପରିକ୍ରମାରେ ଅନୁସୂୟା ନାୟକ, ସୁଷମା ମହାନ୍ତି, ମିନତୀ ରାଉତ୍‌, ଯଦୁନାଥ ରାଉତ୍‌, ଉମାକାନ୍ତ ରାଉତ୍‌, ବସନ୍ତ ନାୟକ, ହୃଷିକେଶ ପାତ୍ର, ହେମନ୍ତ ରାଉତ୍‌, ନରହରି ମଣ୍ଡଳ, କାର୍ତିକ ପାଳ, ଚୈତନ୍ୟ ମହାନ୍ତି, ଶଶଧର ସାମନ୍ତରାୟ, ବିଦ୍ୟାଧର ବାରିକ୍‌, କୂଳ ନାୟକ ଯୋଗଦେଇଥିଲେ। ରମେଶ ନାୟକ, ଶିଶିର ନାୟକ, ସୌମ୍ୟରଂଜନ ନାୟକ, ଶ୍ରଦ୍ଧାରଞ୍ଜନ ନାୟକ, ମନୋରଞ୍ଜନ ନାୟକ, ଇନ୍ଦୁମତୀ ନାୟକ, ସଞ୍ଜୀବ ମହାନ୍ତି, ଜୟନ୍ତୀ ନାୟକ, ଚିରଞ୍ଜିବୀ ନାୟକ, ରଶ୍ମିରେଖା ନାୟକ, ସମ୍ଭୁନାଥ ପୁହାଣ, ଲିପି ନାୟକ, ଦେବସ୍ମିତା ନାୟକ , ଦେବୀଦତ ବେହୁରିଆ, ଅନୁସୂୟା ନାୟକ, ମାନସୀ ନାୟକ, ପଦ୍ମାବତୀ ନାୟକ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

SOURCE: ODIA PUA