Home national news oriya ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘ ଧାନ ମଣ୍ଡିରେ ଟୋକନ୍ ଅବଧି ସରିଯିବା ଆଶଙ୍କାରେ ହୋହାଲ୍କା

ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘ ଧାନ ମଣ୍ଡିରେ ଟୋକନ୍ ଅବଧି ସରିଯିବା ଆଶଙ୍କାରେ ହୋହାଲ୍କା

20
0

Source :- ODIA PUA

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଂଚାୟତ ଅଧିନ ଲକ୍ଷ୍ମୀନାରାୟଣ ମହାସଂଘ ଧାନ ମଣ୍ଡିର ଟୋକନ ସାରିଯିବା ଆଶଙ୍କାରେ ଚାଷୀଙ୍କ ମଧ୍ୟରେ ହୋହାଲ୍କା ପରିସ୍ଥିତି ସୃଷ୍ଟିହୋଇଛି। ଆସନ୍ତା ୧୪ ଓ ୧୬ ତାରିଖରେ କେତେକ ଚାଷୀଙ୍କର ଧାନ ଦେବାର ଥିଲା ହେଲେ ଟାରଗେଟ୍ ଅଭାବରୁ ମଣ୍ଡିର କର୍ତୃପକ୍ଷ ମଣ୍ଡି ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି ।ଏନେଇ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଚାଷୀ ପଚାରୁନ୍ତି । ଟୋକନ୍ ଅବଧି ସରିଯିବା ପରେ ଚାଷୀମାନେ ଆନ୍ଦୋଳନ କରିବେବୋଲି ଚେତାବନି ଦେଇଛନ୍ତି। ସେପଟେ ଟାରଗେଟ ନଥିବାରୁ ଧାନ କିଣା ବନ୍ଦ ରହିବାରୁ ପଡିଆରେ ଅଧିକ ଧାନ ଜମାହୋଇ ରହିବା ଭୟର ଆଶଙ୍କା ଥିବା କହିଛନ୍ତି ମଣ୍ଡି କର୍ତୃପକ୍ଷ । ମଙ୍ଗଳବାର ଚାଷୀଙ୍କ ହୋହାଲ୍ଲା ଖବର ପାଇ ପ୍ରଶାସନ ମଣ୍ଡିରେ ପହଁଚି ଚାଷୀଙ୍କୁ ଭେଟିଥିଲେ । କାହାରି ଟୋକନ୍ ଯେପରି ଲାପ୍ସ ନହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି କହିଥିବା ବେଳେ ଧାନ କିଣିବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ତିହିଡି ବ୍ଲକର ଧାନ ସଂଗ୍ରହ ଟୋଡାଲ ଅଧିକାରୀ ଦନେଇ ଚରଣ ଟୁଡୁ, ବିଡିଓ ନିରଞ୍ଜନ ବାରିକ, ଏମଆଇ ପ୍ରତିଶ କୁମାର ସାମଲ ମଣ୍ଡିରେ ପହଁଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ମହାସଂଘର ସଭାନେତ୍ରୀ ସୁକାନ୍ତି ବାରିକ ଓ ସମ୍ପାଦିକା ସ୍ୱର୍ଣ୍ଣଲତା ବାରିକ ,ଚାଷୀ ବୈକୁଣ୍ଠନାଥ ପାଣି, ଜଗବନ୍ଧୁ ରାଉଳ, ସରୋଜ ନାୟକ, ପ୍ରଦୀପ ଦାସ, ଉମାକାନ୍ତ ନାୟକ, ଭାଗିରଥି ମଲ୍ଲିକ, ରମାକାନ୍ତ ବାରିକ, ଶ୍ରୀଧର ବାରିକ, ରଘୁନାଥ ମିଶ୍ର, ଦାସରଥି ମଳିକ, ଚକ୍ରଧର ସ୍ୱାଇଁ, ନିମେଇଁ ଚରଣ ମଲ୍ଲିକ, ଦେବେନ୍ଦ୍ର ବାରିକ, ବିଜୟ ସାହୁ ଓ ରାଜେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ,ଏହି ମଣ୍ଡିରେ ମୋଟ୍ ୫୩୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ତନ୍ମଧ୍ୟରୁ ୧୪୭ ଜଣ ଚାଷୀ ୭ହଜାର ୩୧୮କୁଇଂଟଲ ଧାନ ବିକ୍ରି କରିଥିବାଜଣାପଡିଛି।

SOURCE: ODIA PUA