Home national news oriya ମୁସ୍ତାଫାପୁର ପଂଚାୟତ ବିଜେଡିର କର୍ମୀ ସମ୍ମିଳନୀ,ସରକାରଙ୍କ ବିରୋଧରେ ଗର୍ଜିଲେ ନେତା, ମିଥ୍ୟା ପ୍ରତିଶ୍ରୁତିର ମୁଖା ଖୋଲିବାକୁ...

ମୁସ୍ତାଫାପୁର ପଂଚାୟତ ବିଜେଡିର କର୍ମୀ ସମ୍ମିଳନୀ,ସରକାରଙ୍କ ବିରୋଧରେ ଗର୍ଜିଲେ ନେତା, ମିଥ୍ୟା ପ୍ରତିଶ୍ରୁତିର ମୁଖା ଖୋଲିବାକୁ ଆହ୍ୱାନ

15
0

Source :- ODIA PUA

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ମୁସ୍ତାଫାପୁର ପଂଚାୟତର ଗୋହିରାଟିକିରି ଠାରେ ବିଜୁ ଜନତା ଦଳର ଏକ ପଂଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ହୁଙ୍କାର ଦିଆଯାଇଛି। ଅତିଥିମାନେ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, “ବର୍ତମାନର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ବିଜେଡି ଶାସନ କାଳରେ ଓଡ଼ିଶା ଯେଉଁ ବିକାଶର ଶିଖର ଛୁଇଁଥିଲା, ଆଜି ସେହି କାମରେ କେବଳ ରଙ୍ଗ ମାରି ସରକାର ବାହାବାହା ନେବାକୁ ଅପଚେଷ୍ଟା କରୁଛନ୍ତି।” ଏପରିକି ରାଜ୍ୟର ସମ୍ପତିକୁ ବିକ୍ରି କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦିଆଯାଇଛି ଏବଂ ମହିଳାମାନେ ଆଜି ଅସୁରକ୍ଷିତ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ସଭାରେ ବ୍ଲକର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜେଡି ବ୍ଳକ୍ ସଭାପତି ପ୍ରତାପ ସାମଲ, ପୂର୍ବତନ ସଭାପତି ଉମେଶ ମହାନ୍ତି, ଯୁବ ସଭାପତି ଭାରତ ବିଜୟ ଦଳାଇ, ଏବଂ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ କର୍ମୀମାନଙ୍କୁ ସଂଗଠିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ନରୋତମ ଜେନା, ବାସୁଦେବ ପାଗଳ, ସନ୍ଦୀପ ସ୍ୱାଇଁ, ସେକ ମୁସ୍ତାକ, ବାଦଲ ଜେନା, ସୁଶାନ୍ତ ରାଉତ, ସତ୍ୟପ୍ରକାଶ ନାୟକ, ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ ଓ ସୁଦୀପ୍ତ ଖଟୁଆ ନିଜର ଓଜସ୍ୱିନୀ ଭାଷଣ ଦେଇଥିଲେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନଙ୍କ ଦ୍ୱାରା ସଫଳତାର ସହ ସଂଚାଳିତ ଏହି କାର୍ଯ୍ୟକ୍ରମରେ ପଂଚାୟତର ବିଭିନ୍ନ ୱାର୍ଡ ରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ବିଜେଡିର ସୁଶାସନ ଓ ବର୍ତମାନର ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ଏହି ଅବସରରେ ଶପଥ ନିଆଯାଇଥିଲା।

SOURCE: ODIA PUA