Home national news oriya ମହାବୀର ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ଗାଁ ଉତ୍ସବ ମୁଖର

ମହାବୀର ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବରେ ଗାଁ ଉତ୍ସବ ମୁଖର

13
0

Source :- ODIA PUA

ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଆରଡି ପୀଠ ଅଧୀନସ୍ଥ କୁଳେଇପଦା ଗାଁରେ ଗତ ଶୁକ୍ରବାର ଠାରୁ ୫ଦିନ ଯାଏଁ ଉତ୍ସବ ମୁଖର ହୋଇ ଉଠିଛି । ପ୍ରତିଦିନ ମହାବୀର ହନୁମାନଙ୍କ ପୂଜାମଣ୍ଡପ ପ୍ରାଙ୍ଗଣରେ ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରବଚନ, ଭଜନ ସଂଧ୍ୟା, ସତସଂଗ ଆଦି ଅନୁଷ୍ଠିତ ହେଉଛି । ଏଠାରେ ହନୁମାନ ମହାପ୍ରଭୁଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ପ୍ରଥମବାର୍ଷିକ ଉତ୍ସବ ସହ ମା’ ଖରାଖାଇ ଠାକୁରାଣୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସହ ବିଶ୍ୱଶାନ୍ତି ମହାଯଜ୍ଞ ଆଦି ଧାର୍ମିକ କାର୍ଯ୍ୟ ଚାଲୁରହିଛି। ଶନିବାର ୧୦୮ ମହିଳା ବିରାଟ ଶୋଭାଯାତ୍ରାରେ ଘଂଟ, କିର୍ତନ, ଦୁଲୁଦୁଲି୍ୱାଦ୍ୟ, ଢୋଲ, ମହୁରୀ, ତେଲିଙ୍ଗି ଆଦି ବାଦ୍ୟର ତାଳେତାଳେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମ ନିକଟରେ ଥିବା ପୂଣ୍ୟତୋୟା ବୈତରଣୀରେ କଳସ ଉତୋଳନ କରଥିଲେ। ରବିବାର ପ୍ରଭାତରୁ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା । ସୂର୍ଯ୍ୟପୂଜା, ଗୋ ପୂଜା, ଯଜ୍ଞକୁଣ୍ଡରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତ ଆହୁତି ଆଦି କାର୍ଯ୍ୟ ସମାପନ କରା ଯାଇଥିଲା ଓ ମଧ୍‌ଯାହ୍ନରେ ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ପ୍ରାସାଦ ସେବନ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଅଂଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା । ଗ୍ରାମର ଯୁବକ ସର୍ବେଶ୍ୱର ନାୟକ ଓ ତାଙ୍କ ଧର୍ମପତ୍ନୀ ଏବଂ ପ୍ରଣୟ ଖଟୁଆ ଓ ତାଙ୍କ ଧର୍ମପତ୍ନୀ କର୍ତା ଭାବେ ପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ପୁରୋହିତ ପଣ୍ଡିତ ବସନ୍ତ ଶତପଥୀ,ଅଚ୍ୟୁତାନନ୍ଦ ଶତପଥୀ, ଲମ୍ବୋଦର ପାଢୀ, ବିଚିତ୍ରାନନ୍ଦ ପଣ୍ଡା, ଆକାଶ ପାଢୀ ଶଙ୍କର୍ଷଣ ଦାସ, ମନ୍ତ୍ରଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସୋମବାର ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ଓ ମଙ୍ଗଳ ବାର ଭଜନ ସନ୍ଧ୍ୟା ଓ ଯଜ୍ଞ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଛନ୍ତି ।

SOURCE: ODIA PUA