Home national news oriya ମଧୁସୂଦନ ଚୌଧୁରୀଙ୍କ ବିୟୋଗରେ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ମଧୁସୂଦନ ଚୌଧୁରୀଙ୍କ ବିୟୋଗରେ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

7
0

Source :- ODIA PUA

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ବାଣୀତିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ନାଲଗହରା ଗ୍ରାମରେ ଅବସରପ୍ରାପ୍ତ ଇଞ୍ଜିନିୟର ସ୍ୱର୍ଗତ ମଧୁସୂଦନ ଚୌଧୁରୀଙ୍କ ଆକସ୍ମିକ ପରଲୋକଗମନ ଖବର ହୃଦୟକୁ ଗଭୀର ଭାବେ ମର୍ମାହତ କରିଛି। ଏହି ଦୁଃଖଦ ଖବର ପାଇ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ନେତା ରଘୁନାଥ ପଣ୍ଡା, ଯୁବନେତା ଅନନ୍ତ ଚରଣ ଦୀକ୍ଷିତଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ତାଙ୍କ ବାସଭବନରେ ପହଂଚି ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଶୋକାକୁଳ ପରିବାରଙ୍କୁ ଏହି ଅସହ୍ୟ ବିୟୋଗ ସହିବା ପାଇଁ ଅସୀମ ଧୈର‌୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

SOURCE: ODIA PUA