Source :- ODIA PUA
ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍ସାହ ସହ ଭଦ୍ରକ ସହରରେ ଶନିବାର ଦିନ ପବିତ୍ର ଈଦ-ଉଲ -ଯୋହା ପର୍ବ ପାଳିତ ହୋଇଯାଇଛି । ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ରେ ସକାଳ ୮-୧୫ ମିନିଟ ଓ କୁଆଁସ କଦମଭେଢା ସ୍ଥିତ ଇଦଘା ରେ ସକାଳ ୮-୩୦ ମିନିଟ ସମୟ ସମେତ ବାଙ୍କା ମହଲ୍ଲା , କାଜ଼ି ମହଲ୍ଲା , ଦୁର୍ଗାପୁର, ହଳଦୀଡ଼ିହି, ବଡ/ସାନ ଶଙ୍କରପୁର, ଛଡ଼ାକ ମହଲ୍ଲା , ମିର୍ଜାପୁର, ଅଲାଲପୁର, ଶେଖସାହି , ନଂଘା ମହଲ୍ଲା, ହଜାରି ନଗର, ସାହାପୁର, ଏଲଖା, ବାଇପାସ , ଚରମ୍ପା ସହିତ ଗ୍ରାମାଂଚଳ ର ମସଜିଦ ଏବଂ ଭଦ୍ରକ ଜିଲ୍ଲା ରେ ପ୍ରାୟ ୧୪୦ ଟି ମସଜିଦରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଇସଲାମ ଧର୍ମ ସମ୍ପ୍ରଦାୟ ର ବ୍ୟକ୍ତି ନୂତନ ବସ୍ତ୍ର ପରିଧାନ କରି ନିର୍ଦ୍ଧାରିତ ସମୟରେ ସମୂହ ନମାଜ ପାଠ କରାଯାଇଥିଲା । ଜାମା ମସଜିଦ ରେ ହାଫିଜ଼ ମହମ୍ମଦ ସାଦିକ ହୋସେନ ଓ ଈଦଘାରେ ହାଫିଜ଼ ଅବଦୁଲ ଦୟାନ ମୁସଲମାନ ଧର୍ମାବଳମ୍ବିଙ୍କୁ ନମାଜ ପାଠ କରାଇବା ସହ ନୀତିନିଷ୍ଟ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେ । ନମାଜ ପାଠ ପରେ ଉଭୟ ହିନ୍ଦୁ ଭାଇ, ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ପରସ୍ପରକୁ ଆଲିଙ୍ଗନ କରି ଈଦ ମୋବାରକ ଜଣାଇଥିଲେ । ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଈଦ-ଉଲ -ଯୋହା । ଈଦର ଅର୍ଥ ଖୁସୀ , ଇସଲାମ ଧର୍ମର ଶେଷ ମାସରେ ଚନ୍ଦ୍ରଗଣନା ଦର୍ଶନର ପ୍ରମାଣ ପାଇଲା ପରେ ଚନ୍ଦ୍ରର ୧୦ ଦିନରେ ପାଳନ ହୁଏ । ଏହି ପର୍ବ ଓ ସମାଜରେ ବାସ୍ତବ ଖୁସୀ ଓ ସୌହାରଦ୍ଧ୍ୟ ପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ତ୍ୟାଗ ଓ ବଳିଦାନ କରିବାର ଆବଶ୍ୟକତା ଅଛି। ଯଦି ପ୍ରତ୍ୟେକ ମଣିଷ ଉପରୋକ୍ତ ବଳିଦାନ ପାଇଁ ମାନସିକ ଭାବେ ଆଗଭର ହୁଅନ୍ତି ତେବେ ସମାଜରେ ଶାନ୍ତି ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ହୋଇପାରିବ ବୋଲି ଏହି ପର୍ବ ବାର୍ତା ପ୍ରଦାନ କରିଥାଏ ବୋଲି ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ ଏବଂ ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ) ମତବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ବର୍ଷ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ଭାଇଚାରା ସହର ଭଦ୍ରକରେ ମଧ୍ୟ ଅନୁରୂପ ଢଙ୍ଗରେ ପାଳନ ହୋଇଥାଏ । ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିଛନ୍ତି ଭଦ୍ରକବାସୀ । ଈଦଘା ଠାରେ ଉପ-ସଭାପତି ମହମ୍ମଦ ଜ଼କାଉଲ୍ଲା , ବରିଷ୍ଠ ସଭ୍ୟ ଅସରଫ ଅଲି ଖାନ, ଜମିଲ ଅଖତର ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ଅଖତର ଅଲି, ଆଇନଯିବି ତାହେର ମହମ୍ମଦ , ଶେଖ ନଇମ ଏବଂ ଭଦ୍ରକ ଜାମା ମସଜିଦ ରେ ମସଜିଦର ସଭାପତି ହାଜି କାସିମ ଖାନ , ସମ୍ପାଦକ ଶେଖ ହାଫିଜୁଲ୍ଲା, ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଆଜିର ଏହି ପବିତ୍ର ପର୍ବ ଅବସରରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ରୋଟାରିୟନ ଅତୀଶ ବେହେରା , ଜଗନ୍ନାଥ ସ୍ୱାଇଁ, ଶୁଭଙ୍କର ମହାପାତ୍ର, ରାଜୁ ଜେନା ପ୍ରମୁଖ ଯୋଗଦାନ କରିଥିଲେ । ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଯୋଗଦାନ କରି ମୁସଲମାନ ଭାଇ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
SOURCE: ODIA PUA