Home national news oriya ଭଦ୍ରକ ବାର୍ ଆସୋସିଏସନ୍ ନିର୍ବାଚନ,ପବନ ଶର୍ମା ନିର୍ବାଚନ ଅଧିକାରୀ

ଭଦ୍ରକ ବାର୍ ଆସୋସିଏସନ୍ ନିର୍ବାଚନ,ପବନ ଶର୍ମା ନିର୍ବାଚନ ଅଧିକାରୀ

39
0

Source :- ODIA PUA

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟର ବାର୍ ଆସୋସିଏସନ୍‌ର ନିର୍ବାଚନ ଆସନ୍ତା ୨୮ ତାରିଖ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବାର୍ ଆସୋସିଏସନ୍ ନିର୍ବାଚନ ମଧ୍ୟ ଉକ୍ତ ନିର୍ଦ୍ଧାରିତ ତାରିଖରେ ହେବ। ଏଥି ନିମନ୍ତେ ବରିଷ୍ଠ ଆଇନଜୀବୀ ପବନ ଶର୍ମାଙ୍କୁ ନିର୍ବାଚନ ଅଧିକାରୀ ଭାବେ ବାର୍ ପକ୍ଷରୁ ମନୋନୀତ କରାଯାଇଛି। ଶ୍ରୀଯୁକ୍ତ ଶର୍ମାଙ୍କ ସହିତ ଆଇନଜୀବୀ ନାରାୟଣ ଚନ୍ଦ୍ର ମହାନ୍ତି, ହରିହର ଧଳ, ଜ୍ୟୋତି ରଞ୍ଜନ ବେହୁରା, ଲଲାଟେନ୍ଦୁ ଦିକ୍ଷିତ, ଅତିସ୍ କୁମାର ବେହେରା, ସରୋଜ କୁମାର ଦାସ, ଅଞ୍ଜୁବାଳା ରାଉତ, ଅମିତ ବାହେଟି, ଲିପିକା ବାରିକ୍ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି। ସଂଯୋଜକ ଭାବେ ସନ୍ତୋଷ କୁମାର ନାୟକ ଦାୟିତ୍ୱ ବହନ କରିବେ। ନିର୍ବାଚନ ନିମନ୍ତେ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୧୪ ତାରିଖରେ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଭୋଟ ଗ୍ରହଣ ୨୮ ତାରିଖ ପୂର୍ବାହ୍ଣ ୭ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଭୋଟ ଗଣତି ସେହିଦିନ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ଫଳାଫଳ ଚୂଡାନ୍ତ ପର୍ଯ୍ୟନ୍ତ ଚାଲିବ। ୯୨୫ଜଣ ଆଇନଜୀବୀ ଏଥର ମତଦାନ କରିବେ। ଭୋଟ ଗ୍ରହଣ ଭଦ୍ରକ କୋର୍ଟ ପୁରୁଣା ବାର୍ ଆସୋସିଏସନ୍ ବିଲ୍‌ଡିଂରେ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଶର୍ମା ଜଣାଇଛନ୍ତି।

SOURCE: ODIA PUA