Home national news oriya ଭଦ୍ରକ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସାରି ଫେରିଲେ

ଭଦ୍ରକ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସାରି ଫେରିଲେ

7
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଅପରାହ୍ନ ୪ ଟା ରେ ଭଦ୍ରକ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ମୋଟ ୧୧୨ ଜଣ ତୀର୍ଥ ଯାତ୍ରୀ ଯାତ୍ରା ସାରି ୩ ଟି ବସ ଯୋଗେ କଲେକ୍ଟର ଅଫିସ ଠାରେ ଉପସ୍ଥିତ ହୋଇଛନ୍ତି ।ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଭଦ୍ରକ ଜିଲ୍ଲା ର ସାତୋଟି ବ୍ଲକ କୁ ପ୍ରତ୍ୟାବର୍ତନ କରିବା ପାଈଁ ଜିଲ୍ଲା ପ୍ରଶାସନ ତରଫ ରୁ ବିଭିନ୍ନ ଗାଡ଼ି ର ବ୍ୟବସ୍ଥା କରାଯାଇଛି । ଏହି ଯାତ୍ରାରେ ବରିଷ୍ଠ ନାଗରିକ ମାନେ ଗତ ୧୮ ତାରିଖ ରେ ଟ୍ରେନ ଯୋଗେ ଅଯୋଧ୍ୟା ଯାତ୍ରା କରି ପ୍ରଭୁ ଶ୍ରୀରାମ ଓ ବାରାଣସୀ ରେ କାଶୀ ବିଶ୍ୱନାଥ ଙ୍କୁ ଦର୍ଶନ କରି ପରମ ସୌଭାଗ୍ୟ ଲାଭ କରିଛନ୍ତି । ଏଥିରେ ବରିଷ୍ଠ ତୀର୍ଥ ଯାତ୍ରୀ ମାନେ ସରକାର ଙ୍କ ଯୋଜନା ରେ ତୀର୍ଥ କରିପରୁଥବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ତୀର୍ଥ ଯାତ୍ରୀ ଙ୍କୁ ସେମାନଙ୍କ ର ବାସଗୃହ ପଠେଇବା ସମୟ ରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ସରୋଜ ଦତ ଉପସ୍ଥିତ ଥିଲେ । କାର୍ଯକ୍ରମ ଟିକୁ ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ଓ ପର୍ଯ୍ୟଟନ ଅଧିକାରୀ ସୁଧାଂଶୁ ସ୍ୱାଇଁ ଙ୍କ ଦ୍ୱାରା ସଂଯୋଜିତ ହୋଇଥିଲା ।

SOURCE: ODIA PUA