Home national news oriya ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ଜାଗରଯାତ୍ରା

ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ଜାଗରଯାତ୍ରା

6
0

Source :- ODIA PUA

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଶୈବପୀଠରେ ଆଜି ଭାବ ଭକ୍ତିର ସହିତ ପବିତ୍ର ଜାଗରଯାତ୍ରା ପାଳିତ ହୋଇଯାଇଛି। ସବୁଠି ହରହର ମହାଦେବ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଛି। ବ୍ଲକର ପ୍ରସିଦ୍ଧ ଆଖୁଆପଦା ହରପାର୍ବତୀ ପୀଠରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ଙ୍କ ଭିଡ ପରିଲକ୍ଷିତ ହୋଇଛି। ପୂଜା କମିଟି ପକ୍ଷରୁ ବ୍ରାହ୍ମଣଙ୍କ ଦ୍ୱାରା ବୈଦିକ ରୀତି ନୀତି ଅନୁଯାୟୀ ହରପାର୍ବତୀ ଙ୍କୁ ପୂଜା ହୋଇଛି। ରହଣିଆ ଉତରେଶ୍ୱର ପୀଠ, ନୂଆ ମହାଦେବ ଓ ରାଢୋ ବିଶ୍ୱେଶ୍ୱର ମହାଦେବଙ୍କ ପୀଠରେ ମଧ୍ୟ ଜାଗରଯାତ୍ରା ପାଳିତ ହୋଇଛି। ଗ୍ରାମବାସୀଙ୍କ ସମେତ ଆଖପାଖ ଅଂଚଳର ଭକ୍ତ ମାନେ ପୀଠରେ ପହଂଚି ମହାଦେବ ଙ୍କୁ ଦର୍ଶନ କରି ଭକ୍ତିନେବୈଦ୍ୟ ଅର୍ପଣ କରିଛନ୍ତି। ପୀଠରେ ଅଭିଷେକ ପୂଜା, ବେଲ ପତ୍ର ଅର୍ପଣ, ଉପଚାର ପୂଜା ଅନୁଷ୍ଠିତ ହୋଇଛି।ମାଳଦା ଛୋଟେଶ୍ୱର ପୀଠ, ମଞ୍ଜୁରୀ ଅପୂଜା ମହାଦେବ ପୀଠ, ଆକୁଲିକଣା ବରଣେଶ୍ୱର ପୀଠ, ଥାନା ପରିସରରେ ଥିବା ଶୀତ କଣ୍ଠେଶ୍ୱର ପୀଠରେ ଜାଗର ଉତ୍ସବ ପାଳିତ ହୋଇଛି। ବ୍ରତଧାରୀ ପୁରୁଷ ଓ ମହିଳା ମାନେ ମନ୍ଦିରରେ ଅଖଣ୍ଡ ଦୀପ ଦେଇ ଶିବ ଉପାସନା କରିଛନ୍ତି। ସନ୍ଧ୍ୟା ପରେ ବିଭିନ୍ନ ପୀଠରେ ହୋମଯଜ୍ଞ ସହିତ ପର୍ଯ୍ୟାୟକ୍ରମେ ମହାଦୀପ ଉଠିଛି।

SOURCE: ODIA PUA