Home national news oriya ବାସୁଦେବପୁରରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଶୋଭାଯାତ୍ରା

ବାସୁଦେବପୁରରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଶୋଭାଯାତ୍ରା

5
0

Source :- ODIA PUA

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିରୀହ ପଯ୍ୟଟକଙ୍କୁ ପହଲଗାଓଁ ରେ ଆତଙ୍କବାଦୀଙ୍କ ହତ୍ୟା ଘଟଣା ପରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍ ସିନ୍ଦୂର’। ‘ଅପରେସନ୍ ସିନ୍ଦୂର’ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି ଅନୁଯାଇ ସଶକ୍ତ ସେନା ବାହିନୀର ବୀରତ୍ୱ, ଶୌର୍ଯ୍‌ଯ ଓ ପରାକ୍ରମକୁ ନମନ କରି ଭାରତରେ ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜନ କରାଯାଉଛି । ଏହି ପରିପେକ୍ଷୀରେ ବାସୁଦେବପୁରରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ବା ପରାକ୍ରମ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଯାଦବ ପଡିଆ ରାଧାକୃଷ୍ଣ ମନ୍ଦିର ପରିସରରୁ ବିଜେପି ଜିଲ୍ଲା ଉପସଭାପତି ଉଦୟନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ ପାଖାପାଖି ଦୁଇ ହଜାରରୁ ଅଧିକ କର୍ମୀ, ସମର୍ଥକ ଓ ସାଧାରଣ ଜନତା ତ୍ରିରଙ୍ଗା ଧରି ବାସୁଦେବପୁର ସହର ପରିକ୍ରମା କରି ଟାଉନ ହଲ ନିକଟରେ ଥିଲେ। ଏହି ‘ପରାକ୍ରମ ଶୋଭାଯାତ୍ରା’ ରେ ମହେଶ୍ୱର ଧଳ,ରାଜେନ୍ଦ୍ର ବାରିକ,କାଉନସିଲର ଜଗବନ୍ଧୁ ଦାସ,କୈଳାସ ଚନ୍ଦ୍ର ପଣ୍ଡା, ରମାକାନ୍ତ ସେଠୀ,ବିମ୍ବାଧର ଯେନା,ପ୍ରତାପ ସେନାପତି,ହେମନ୍ତ ସନ୍ଧି ବିଗ୍ରହ ପ୍ରମୁଖ ଉପସ୍ଥିତ ଥିଲେ ।

SOURCE: ODIA PUA