Home national news oriya ବର୍ଷା ଛାଡିବା ପରେ ବତୁରା ଧାନକୁ ସାଉଁଟୁଛନ୍ତି ଚାଷୀ, କ୍ଷେତରେ ଭାସୁଛି ସୁନାର ଫସଲ

ବର୍ଷା ଛାଡିବା ପରେ ବତୁରା ଧାନକୁ ସାଉଁଟୁଛନ୍ତି ଚାଷୀ, କ୍ଷେତରେ ଭାସୁଛି ସୁନାର ଫସଲ

1
0

Source :- ODIA PUA

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨ଦିନ ଧରି ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିବା ପରେ ରବିବାର ପାଗର ସାମାନ୍ୟ ପରିବର୍ତନ ଆସିବାରୁ କ୍ଷେତ ଓ ଖଳାରେ ବର୍ଷାପାଣିରେ ଭିଜା(ବତୁରା) ଧାନକୁ ସାଉଁଟୁଛନ୍ତି ଚାଷୀ। ଲଘୁଚାପଜନିତ ଅଦିନିଆ ବର୍ଷା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ଅଂଚଳର ଚାଷୀମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଚାଷୀମାନଙ୍କର ଅମଳ ହୋଇଥିବା ପାଚିଲା ଧାନ କ୍ଷେତରେ ଓ ଖଳାରେ ପଡି ରହିଥିବାରୁ ଅଦିନିଆ ବର୍ଷା ସମ୍ପୁଣ୍ଣ ଭାବେ ଧୋଇ ଦେଇଛି। କ୍ଷେତରେ ଥିବା ଧାନ ପାଣିରେ ଭାସୁଥିବା ବେଳେ ଖଳାରେ ଧାନ ସାଇତିବା ପାଇଁ ଆବଶ୍‌ଯକ ଜରିପାଲ ନଥିବାରୁ ଧାନ ଓଦା ହୋଇ ଯାଇଥିବାରୁ ଗଜା ହେବାକୁ ବସିଲାଣି ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଅମଳଧାନ ଘରକୁ ଆଣିବା ପରେ ଧାର କରଜ ଟଙ୍କା ପରିଷୋଧ କରିବା ସହିତ ବର୍ଷକର ଗୁଜୁରାଣ ମେଂଟାଇଥାନ୍ତେ। ହେଲେ ସବୁ ଆଶା ଆଶଙ୍କା ବର୍ଷା ଧୋଇ ଦେଇଥିବା କହିଛନ୍ତି ଚାଷୀମାନେ। ତୁରନ୍ତ କୃଷି ବିଭାଗ ପକ୍ଷରୁ ଅନୁଧ୍ୟାନ କରି ସହାୟତ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀମାନେ।

SOURCE: ODIA PUA