Source :- ODIA PUA
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ୧୦୫ତମ ଜୟନ୍ତୁ ଉତ୍ସବ ଶନିବାର ତିହିଡ଼ି ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ବିଜେଡି ନେତା ଗଣେଶ ନାୟକ ପୌରୋହିତ୍ୟ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଉତରାୟଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିବା ସହ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହୋଇଥିବା ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର କୁମାର ନାୟକ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଉତରାୟଙ୍କ ତିହିଡ଼ି ପ୍ରତି ଥିବା ଅବଦାନ ସମ୍ପର୍କରେ କହିବା ସହ ତାଙ୍କ ସମୟରେ ତହିଡ଼ିର ଦଶମୌଜା କେନାଲ ଖନନ ଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଗମନାଗମନ ଓ ସ୍ୱାସ୍ଥ୍ୟ ସେବାର ଉନ୍ନତି ଘଟିଥିଲା ବୋଲି କହିଥିଲେ। ଅନ୍ୟମାନଙ୍ଗ ମଧ୍ୟରେ ସରପଞ୍ଚ ତାପସ ବେହେରା, ପୂର୍ବତନ ସରପଂଚ ବିଷ୍ଣୁ କୁଅଁର, ଅଜୟ ବେହେରା, ସମବାୟ ସମିତି ସଭାପତି ନିତ୍ୟାନନ୍ଦ ବେହେରା, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ପ୍ରସାଦ ନାୟକ, ସୁଧାଂଶୁ ମହାଳିକ, ପ୍ରଫୁଲ୍ଲ ଯତି, ନାରାୟଣ ସେଠୀ, ସୌମ୍ୟରଂଜନ ପରିଡ଼ା, ରତ୍ନାକର ଧଳ, ପ୍ରେମାନନ୍ଦ ମଳିକ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେଡି ପକ୍ଷରୁ ତିହିଡ଼ି ମେଡ଼ିକାଲର ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା।
SOURCE: ODIA PUA