Home national news oriya ତିହିଡି ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ, ୨୦ ନୂତନ ପିଲାଙ୍କୁ ଖଡ଼ି...

ତିହିଡି ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ, ୨୦ ନୂତନ ପିଲାଙ୍କୁ ଖଡ଼ି ଛୁଆଁଇଲେ ବିଇଓ

15
0

Source :- ODIA PUA

ଭଦ୍ରକ, ୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଶନିବାର ଦୋଳସାହି ଏମଇ ସ୍କୁଲରେ ବ୍ଲକ ଶିକ୍ଷାଧିକାରୀ (ବିଇଓ )ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରେବତୀ ପଲାଇଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରବେଶ ଓ ଖଡ଼ି ଛୁଆଁ ରଥକୁ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ବିଡ଼ିଓ ନିରଞ୍ଜନ ବାରିକ ଅତିଥିଭାବେ ଯୋଗଦେଇ ଉଦଘାଟନ କରିବାସହ ନୂତନ ପିଲାମାନଙ୍କୁ ଗୋଲାପଫୁଲ,ଚକୋଲେଟ ଦେଇ ପ୍ରବେଶ ପାଇଁ ସ୍ୱାଗତ କରିଥିଲେ। ପରେ ସ୍କୁଲଶ୍ରେଣୀ ଗୃହରେ ପୂଜାର୍ଚ୍ଚନାକରି ବିଦ୍ଧିବଦ୍ଧ ଭାବେ ନୂତନକରି ପ୍ରବେଶ କରିଥିବା ଶିଶୁ ବାଟିକାର ୧୦ଜଣ ଓ ପ୍ରଥମ ଶ୍ରେଣୀର ୧୦ଜଣ ପିଲାଙ୍କୁ ବିଇଓ ସୂର୍ଯ୍ୟଶିଖା ମହାନ୍ତି ଖଡ଼ି ଛୁଆଁଇ ସ୍ଲେଟରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଲେଖା ଶିଖାଇଥିବା ବେଳେ ମିଠା ଖୁଆଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ରେବତୀ ପଲେଇ ନୂତନ ପିଲାମାନଙ୍କୁ ସ୍କୁଲ ବ୍ୟାଗ ସମେତ ପାଠ୍ୟ ଉପକରଣ ବଂଟନ କରିଥିଲେ । ବିଇଓ ସୁଶ୍ରୀ ମହାନ୍ତି, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପଲାଇଙ୍କ ସମେତ ଏବିଇଓ ଲଷ୍ମୀପ୍ରିୟା ମାଝୀ, ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ କୁମାର ଭଞ୍ଜ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ତଥା ଆଲୁମିନି ସଭାପତି ଜଗନ୍ନାଥ କୁଅଁର, ସିଆରସିସି ସସ୍ମିତା ମଞ୍ଜରୀ ନାୟକ, ଦେବବ୍ରତ ଶତପଥୀ, ତ୍ରିନାଥ ସେଠୀ, ଚନ୍ଦନ କୁମାର ପତ୍ର, କେଶବ ଚନ୍ଦ୍ର ସାହୁ, ଜନ୍ମେଞ୍ଜୟ ସାହୁ, ଚନ୍ଦନ ମଲିକ, ଭାଗିରଥୀ ତ୍ରିପାଠୀ ,ପ୍ରଭାକର ମଲିକ, ଶିବ ବ୍ରତ ମିଶ୍ର,ବିଭୂତି ଭୂଷଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ବ୍ଲକର ବିଭିନ୍ନ ସ୍କୁଲ ପରିକ୍ରମାକରି ସଚେତନ କରାଇବ ବୋଲି ଜଣାଯାଇଛି । ସ୍କୁଲର ରେଣୁବାଳା ମହାପାତ୍ର, କମଳାକାନ୍ତ ବାରିକ, ସୁଜାତା ପଣ୍ଡା, ପ୍ରଭାତୀ ପ୍ରଧାନ, ମିନିପ୍ରଭା ରାଉତ,ରେବତୀ ନାଥ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA