Source :- ODIA PUA
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗରୁ ୨ଜଣ ଛାତ୍ର ସର୍ବଭାରତୀୟ ଜେଇମେନ-୨୦୨୫ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ସୌମ୍ୟରଂଜନ ମହାନ୍ତି ୯୪.୧୮ ପ୍ରତିଶତ ଓ ପୀୟୁଷ କୁମାର କର ୮୫.୮ ପ୍ରତିଶତ ନମ୍ବର ରଖି ଏହି ସଫଳତା ପାଇଛନ୍ତି। ବାହାବଳପୁର ଗ୍ରାମର ଅରୁଣ କୁମାର ମହାନ୍ତି ଓ ସ୍ମିତାରାଣୀ ମହାନ୍ତିଙ୍କ ପୁତ୍ର ସୌମ୍ୟ ରଂଜନ ହୋଇଥିବା ବେଳେ ପୀରହାଟ କରସାହି ଗ୍ରାମର ସ୍ୱର୍ଗତ ସରୋଜ କୁମାର କର ଓ ଜ୍ୟୋତ୍ସ୍ନାରାଣୀ ମିଶ୍ରଙ୍କ ପୁଅ ପୀୟୁଷ ବୋଲି ଜଣା ପଡ଼ିଛି। ସୌମ୍ୟରଂଜନ ଭବିଷ୍ୟତରେ ପଦାର୍ଥବିଜ୍ଞାନ ଓ ପୀୟୁଷ କମ୍ପୁଟ ବିଜ୍ଞାନରେ ଉଚ୍ଚଶିକ୍ଷା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏହି ସଫଳତା ପରେ କଲେଜର ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣ ଏବଂ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଛାତ୍ର ଦୁଇଜଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତରୋତର କାମନା କରିଛନ୍ତି।
SOURCE: ODIA PUA