Source :- ODIA PUA
ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ସବୁ କାର୍ଯ୍ୟ କଲେ, ସଫଳତା ନିଶ୍ଚିତ ମିଳିବ। ସ୍କୁଲରୁ ହିଁ ପ୍ରତି ଛାତ୍ରଛାତ୍ରୀଙ୍କ ମାନଙ୍କ ମୂଳଦୁଆ ପଡ଼ିଥାଏ, ଯାହାର ଯେପରି ମୂଳଦୁଆ ପଡ଼ିଥାଏ ଭବିଷ୍ୟତରେ ତାହା ପ୍ରତିଫଳିତ ହୋଇଥାଏ ବୋଲି ଆଗରପଡ଼ାସ୍ଥିତ ଟିକିରା ମଧ୍ୟ ଇଂରାଜୀ ସ୍କୁଲରେ ଆୟୋଜିତ ବାର୍ଷିକ ଉତ୍ସବରେ ଅତିଥିମାନେ ଯୋଗଦେଇ ମତ ପ୍ରକାଶ କରିଥିଲେ। ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ସୁଧାଂଶୁ ଶେଖର ନାୟକ,ଡାଏଟ ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ, ଆଗରପଡ଼ା କଲେଜ ଅଧ୍ୟକ୍ଷ ନାରାୟଣ ପାତ୍ର, ଶିକ୍ଷାବିତ ଖଗେଶ୍ୱର ପଣ୍ଡା, ରଘୁନାଥ ରାଉତ, କୈଳାସ ଧଳ,ସରପଂଚ ବିନୋଦିନୀ ମହାନ୍ତି,ଯୁବନେତା ଅମୂଲ୍ୟରତ୍ନ ନନ୍ଦ,ସିଆରସିସି ପ୍ରଦୀପ ପଲାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ଅମର ଦାଶଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍ ପଂଚାନନ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଶିକ୍ଷୟତ୍ରୀ ରଶ୍ମିତା ରଣା ବାର୍ଷିକ ବୀବରଣୀ ପାଠ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ,ପରିଚାଳନା କମିଟି ସମସ୍ତ ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।
SOURCE: ODIA PUA



