Source :- ODIA PUA
ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ଓସ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ସହ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡ଼ିଓ ସଂଜୀବ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ସଭା କୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ବଡ଼ ଓସ୍ତିଆ ଗ୍ରାମ ପଂଚାୟତର ସରପଂଚ ମହେଶ୍ୱର ସାହୁ, ସମାଜସେବୀ ବିରେନ ସାହୁ ଙ୍କ ସମେତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲତା ପାଢ଼ୀ, ସିଆରସିସି ତପନ ସାହୁ, ପୂ୍ୱର୍ତନ ଶିକ୍ଷକ ଦ୍ୱାରିକାନାଥ ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସଦସ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଚାନ୍ଦବାଲି ବିଡ଼ିଓ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ରେ କହିଥିଲେ ଖାଲି ପଠ ପଢ଼ି ଚାକିରୀ କରିବା ଲକ୍ଷ ନ ରଖି ପାଠ ପଢି ଅନ୍ୟ ଦିଗରେ ନଜର ଦେବା ନିହାତି ଆବଶ୍ୟକ ଓ ପାଠ ସହିତ ଶାଠ ର ମଧ୍ୟ ଆବଶ୍ୟକ ରହିଛି ପାଠ ପଢି ସମାଜ ପାଇଁ ଭଲ କାର୍ଯ୍ୟ କରିବା ଭଲ ମଣିଷ ଟେ ହେବା ନିହାତି ଆବଶ୍ୟକ।ଅତିଥି ମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କୃତିତ୍ୱ ଅର୍ଯନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
SOURCE: ODIA PUA



