Home national news oriya ଉତର ବାହିନୀ ଶ୍ମଶାନରେ ରାମଚନ୍ଦ୍ର ଦାଶ ସ୍ମୃତି ସଂସଦର ଅଭିନବ ପ୍ରୟାସ,ଏକତ୍ରିତ ହୋଇ ସଫେଇ କଲେ

ଉତର ବାହିନୀ ଶ୍ମଶାନରେ ରାମଚନ୍ଦ୍ର ଦାଶ ସ୍ମୃତି ସଂସଦର ଅଭିନବ ପ୍ରୟାସ,ଏକତ୍ରିତ ହୋଇ ସଫେଇ କଲେ

13
0

Source :- ODIA PUA

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତର ଶିକ୍ଷାବିତି ତଥା ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ଦାଶଙ୍କ ସ୍ମୃତିରେ ଗଠିତ ‘ରାମଚନ୍ଦ୍ର ଦାଶ ସ୍ମୃତି ସଂସଦ’ ପକ୍ଷରୁ ସ୍ଥାନୀୟ ଉତର ବାହିନୀ ଶ୍ମଶାନ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୌରାଣିକ ଓ ଐତିହାସିକ ଦୃଷ୍ଟିକୋଣରୁ ଉତର ବାହିନୀ କ୍ଷେତ୍ରର ଅନେକ ଗୁରୁତ୍ୱ ରହିଛି। ଏଠାରେ ମା’ ବୈତରଣୀ ଉତର ଦିଗକୁ ପ୍ରବାହିତ ହେଉଥିବା ବେଳେ ଏହା ମା’ ବିରଜା ଙ୍କୁ ପରିବେଷ୍ଟନ କରିଥିବା ୬୮ ଟି କ୍ଷେତ୍ର ମଧ୍ୟରୁ ଅନ୍ୟତମ। କିମ୍ବଦନ୍ତୀ ଅନୁଯାୟୀ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ଏଠାରେ ବାସ କରି ମା’ ସିଦ୍ଧେଶ୍ୱରୀଙ୍କ ନିକଟରେ ତପସ୍ୟା କରିଥିଲେ ଏବଂ ଶମ୍ବରାସୁରକୁ ବଧ କରିଥିଲେ। ପଣସ ମାହାରା ଘାଟରେ ଅସ୍ଥି ବିସର୍ଜନ କରି ସିଦ୍ଧେଶ୍ୱରଙ୍କ ନିକଟରେ ଥିବା ଅସ୍ଥିଶ୍ୱରଙ୍କୁ ଦର୍ଶନ କଲେ ପିତୃପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।ଏଭଳି ଏକ ପବିତ୍ର କ୍ଷେତ୍ର ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଅପରିଷ୍କାର ହୋଇ ପଡ଼ିଥିଲା। ଶ୍ମଶାନ ପରିସରରେ ଘାସବୁଦା ଓ ଜଙ୍ଗଲ ମାଡ଼ିଯିବା ସହ ଶବଦାହ ପରେ ବ୍ୟବହୃତ ସାମଗ୍ରୀ ଏଣେତେଣେ ପଡ଼ି ରହୁଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ମୃତି ସଂସଦ ପକ୍ଷରୁ ଏହି ପରିବେଶ ସଫା କରିବାକୁ ପଦକ୍ଷେପ ନିଆଯାଇଥିଲା। ଏହି ସେବା ମୂଳକ କାର୍ଯ୍ୟରେ ସ୍ମୃତି ସଂସଦର କର୍ମକର୍ତା ହିମାଂଶୁ ଶେଖର ଦାଶ, ତ୍ରିଲୋଚନ ବେହେରା, ଅଜୟ କୁମାର ଦାସ, ରମେଶ ଚନ୍ଦ୍ର ପତି, ମାନସ ମିଶ୍ର, ସୁଧାକର ଖୁଂଟିଆ, ସରୋଜ ଦାସ, ବାସୁଦେବ ପାଗଳ, ଅଶୋକ ପତି, ସୁରେନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ଦାସ, ତରଣୀ ଯେନା, ଅମୂଲ୍ୟ ମହାନ୍ତି ଓ ବୁବୁନା ମିଶ୍ର ପ୍ରମୁଖ ସାମିଲ ହୋଇ ଶ୍ରମଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ରାମଚନ୍ଦ୍ର ଦାଶ ଆନନ୍ଦପୁର ଅଂଚଳର ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କରି ଉଦ୍ୟମରେ ଅଂଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା କେନ୍ଦ୍ର ଏବଂ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଭଳି ଅନୁଷ୍ଠାନ ଗଢ଼ିଉଠିଛି। ବୈତରଣୀ ଓ ଗେଙ୍ଗୁଟି ନଦୀର ବନ୍ୟା ଦାଉରୁ ଅଂଚଳବାସୀଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଦ୍ୱାରା ନିର୍ମିତ ‘ଗୋଲେଇ ବନ୍ଧ’ ଆଜି ବି ତାଙ୍କ ସ୍ମୃତି ବହନ କରୁଛି। ତେବେ ଏପରି ଜଣେ ମହାନ ବ୍ୟକ୍ତି ଙ୍କ ସ୍ମୃତି ରେ ସଫେଇ କାର୍ଯ୍ୟ କରି ସ୍ମୃତି ସଂସଦ ନିଜକୁ ଧନ୍ୟ ମଣିଛି ବୋଲି କର୍ମକର୍ତାମାନେ କହିଛନ୍ତି। ପ୍ରକାଶ ଥାଉକି ବିଭିନ୍ନ ସ୍ମୃତି ପୀଠ ଓ ସମାଧି ସ୍ଥଳ ର ଉନ୍ନତି ପାଇଁ ସରକାର ଅନୁଦାନ ଦେଉଥିବା ବେଳେ ଏହି ପରିତ୍ୟକ୍ତ ସମାଧି ପୀଠ ଗୁଡିକ ର ରକ୍ଷଣା ବେକ୍ଷଣ ସ୍ମୃତି ସଂସଦ ହାତକୁ ନେଇଛି।

SOURCE: ODIA PUA