Source :- ODIA PUA
ଭଦ୍ରକ, ୨୫/୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ ଶାଖାରେ କିଛିଦିନ ଧରି କ୍ୟାସିୟର ଜିତେନ୍ଦ୍ର ପ୍ରସାଦ ଦାସ ଗ୍ରାହକଙ୍କୁ ଅଶ୍ଳାଳିନ ବ୍ୟବହାର କରିବା ସହ ନାନା ପ୍ରକାରର ଅସୁବିଧା ଆଳ ଦେଖାଇ ଅସୁବିଧାରେ ପକାଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ଏପରି ଗ୍ରାହକମାନେ ଟଙ୍କା ଉଠାଣ ଓ ଜମା କରିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଗତ ବୁଧବାର ଦିନ ଜଣେ ଗ୍ରାହକ ଛାତ୍ରୀ ତାଙ୍କର ଛାତ୍ରବୃତି ଟଙ୍କା ଉଠାଇବା ପାଇଁ ଆସିଥିବା ବେଳେ ତାଙ୍କୁ ବହୁ ବିଭ୍ରାନ୍ତିକର ପ୍ରଶ୍ନ କରିବା ସହ ବିଭିନ୍ନ ସେକ୍ସନକୁ ହଇରାଣ କରିଥିଲେ। ଏପରି ବାବଦରେ ଛାତ୍ରୀଙ୍କର ଭାଇ ବ୍ୟାଙ୍କ କ୍ୟାସିୟରଙ୍କୁ ପଚାରିବାରୁ କିଛି ବୁଝାସୁଝା ନକରି ଏକ ଲୁହା ରଡ୍ ରେ ବାଡେଇଥିଲେ। ଏପରି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶନିବାର ବ୍ୟାଙ୍କ ଉଚ୍ଚପ୍ୟଦାଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନେବା ସହ ଜିତେନ୍ଦ୍ର ପ୍ରସାଦ ଦାସଙ୍କୁ ନିଲମ୍ବନ କରିଛନ୍ତି । ଅପରପକ୍ଷେ ବ୍ୟାଙ୍କର ଫିଲ୍ଡି ମ୍ୟାନେଜର ପ୍ରଶାନ୍ତ ନାୟକ ଗୁପ୍ତ ତଥ୍ୟ ଓ ସିସିଟିଭି କ୍ୟାମେରା ଭିଜୁଆଲ ସାଧାରଣ ଲୋକଙ୍କୁ ପ୍ରଘଟ କରିଥିବାରୁ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ଆରଡି ଶାଖା ପରିଚାଳକ ଦିପକ ପାତ୍ର କହିଛନ୍ତି।
SOURCE: ODIA PUA


