Home national news oriya ଚାନ୍ଦବାଲି ଏନଏସିରେ ବିଜେପିର ବିଶାଳ ମିଶ୍ରଣ ପର୍ବ,ଯୋଗ ଦେଲେ ୧୫୦ ରୁ ଉର୍ଦ୍ଧ କର୍ମୀ ଛାମୁଆ...

ଚାନ୍ଦବାଲି ଏନଏସିରେ ବିଜେପିର ବିଶାଳ ମିଶ୍ରଣ ପର୍ବ,ଯୋଗ ଦେଲେ ୧୫୦ ରୁ ଉର୍ଦ୍ଧ କର୍ମୀ ଛାମୁଆ ନେତା

24
0

Source :- ODIA PUA

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ଏନଏସି ଅନ୍ତର୍ଗତ ୯ ନୁମ୍ବର ୱାର୍ଡ଼ରେ ଶୁକ୍ରବାର ରାତିରେ ବିଜେପି ପକ୍ଷରୁ ଏନଏସି ବିଜେପି ସଭାପତି ବିକାଶ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କୃଷକମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର କୁମାର ରାଉଳ, ବରିଷ୍ଠ ନେତା ଜଗନ୍ନାଥ ରାଉତ ଓ ଏନ ଏ ସି ସାଧାରଣ ସମ୍ପାଦକ ଦେବାଶିଷ ନାୟକ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ପ୍ରାୟ ୧୫୦ ପରିବାର ରାଜ୍ୟ ସଭା ସାଂସଦ ତଥା ବିଜେପି ରାଜ୍ୟସଭାପତି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିବା ବେଳେ ନୁଆ କରି ଆସିଥିବା କାର୍ଯ୍ୟ କର୍ତା ମାନଙ୍କୁ ଦଳୀୟ ନେତା ମାନେ ଟୋପି ଉତୋରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା ବିଜୟ କୁମାର ବେହେରା, ଅଭୟ ସାମଲ, ଶ୍ରୀକାନ୍ତ ରାଉତ, ଭଞ୍ଜକିଶ୍ୱର ମହାଳିକ, ଦୟାନିଧି ଘଡ଼ାଇ ପ୍ରମୁଖ ନେତୃତ୍ୱ ନେଇଥିଲେ।

SOURCE: ODIA PUA