Source :- ODIA PUA
ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ଅନ୍ତର୍ଗତ ବରକୋଣା ଗ୍ରାମର ଜଗନ୍ନାଥ ମନ୍ଦିରରେ ଷଷ୍ଠ ବାର୍ଷିକ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଗ୍ରାମ୍ୟ ପୁଷ୍କରିଣୀରୁ ୩୧ ଗୋଟି କଳସ ଘଟୋଉତୋଳନ କରାଯାଇ ବାଜା ବାଣ ରୋଷଣିରେ ଗ୍ରାମ ବଜାର ପରିକ୍ରମା ପୂର୍ବକ ଯଜ୍ଞ ମଣ୍ଡପକୁ ଅଣାଯାଇଥିଲା। ପୂଜକ କୃପାସିନ୍ଧୁ ପଣ୍ଡା, ସର୍ବେଶ୍ୱର ପଣ୍ଡା, ଗୌରାଙ୍ଗ ମିଶ୍ର, କେଶବ ଚନ୍ଦ୍ର ପାଣିଗ୍ରାହୀ ସୂର୍ୟପୂଜା, ଗୋ ପୂଜା, ଅଙ୍କୁରାରୋପଣ, ଗୀତଯଜ୍ଞ ସମେତ ବିଭିନ୍ନ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମୁଖ୍ୟ କର୍ତା ଗଜେନ୍ଦ୍ର ସେଠୀ, କୁମୁଦିନୀ ସେଠୀ, ବିଷ୍ଣୁପ୍ରିୟା ସେଠୀ, ସଦାନନ୍ଦ ଜେନା, ପ୍ରେମାନନ୍ଦ ସେଠୀ, ମମତା ବେହେରା, ପ୍ରତିମା ବେହେରା, ବାସନ୍ତୀ ସ୍ୱାଇଁ, ଚନ୍ଦନା ଜେନା, ସନ୍ଧ୍ୟାରାଣୀ ଜେନା, ଅରୁଣିଲତା ବେହେରା, ବନିତା ଜେନା, ଜଞ୍ଜଳି ଜେନା, ମଧୁସ୍ମିତା ବେହେରା, ଜ୍ୟୋତିରେଖା ଜେନା କାର୍ଯ୍ୟ ତୁଲାଇଥିଲେ। ରବିବାର ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ। ପ୍ରତିମା ଜେନା, ମୋନାଲିସା ଜେନା, ମିନତୀ ଜେନା, ମଳୟ ଜେନା, ସତ୍ୟଭାମା ଜେନା, ସୂର୍ଣ୍ଣପ୍ରଭା ଜେନା, ଖୁସି ଜେନା, ଯଶୋଦା ଜେନା, ଲିପି ଜେନା, ଦିବ୍ୟଜ୍ୟୋତି ଜେନା, ସୁମତି ଜେନା , ମା ତାରିଣୀ ଟେଣ୍ଡ ହାଉସର ଶଶିକାନ୍ତ ସ୍ୱାଇଁ ସମେତ ବରକୋଣା , କୁଳିପଦୀ, ରାମପୁର ଗ୍ରାମର ଗ୍ରାମବାସୀ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଜଗନ୍ନାଥ ମନ୍ଦିର ପ୍ରାକ୍ତନ ସ୍ୱାସ୍ଥ୍ୟ ବିଭାଗର ଅଧିକାରିଣୀ ଜପାମାଳୀ ସେଠୀଙ୍କ ଉଦ୍ୟମରେ ୨୦୨୧ ରେ ପ୍ରତିଷ୍ଠା ହୋଇଥିଲା।
SOURCE: ODIA PUA



