Home national news oriya କଲେଇ ପଂଚାୟତରେ ମହାବୀର ହନୁମାନଙ୍କ ପ୍ରଥମ ବାର୍ଷିକ ଉତ୍ସବ

କଲେଇ ପଂଚାୟତରେ ମହାବୀର ହନୁମାନଙ୍କ ପ୍ରଥମ ବାର୍ଷିକ ଉତ୍ସବ

23
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଂଚାୟତର ମା’ କ୍ଷେତ୍ରବାସୀ ସନ୍ତୋଷୀ ପୀଠ ଠାରେ ମହାବୀର ହନୁମାନ ମନ୍ଦିର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କମିଟିର ସଭାପତି ଗୌରୀଗୋପାଳ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଅକୁରା ରୋପଣ, ସୂର୍ଯ୍ୟ ପୂଜା କଳସ ଶୋଭାଯାତ୍ରା, ଯଜ୍ଞ ପୂର୍ଣ୍ଣ ଆହୁତି ଅନୁଷ୍ଠିତ ହୋଇଯାଇଛି। ଆବାହକ ମହେନ୍ଦ୍ର କୁମାର ମଲ୍ଲିକ (ମୁନା) ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ୫୧ ଜଣ ମା’ କଳସ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ। ନିତ୍ୟାନନ୍ଦ ବେହେରା, ମହେନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ବେହେରା ଚକ୍ରଧର ଜେନା, ବାବୁରାମ ମଲ୍ଲିକ, କାହ୍ନୁ ଚରଣ ଜେନା,ମଳୟ ମହାରଣା, ପୂର୍ଣ୍ଣଚନ୍ଦ୍ର ପାଣି, କୃଷ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଶେଷରେ ପ୍ରସାଦ ସେବନରେ ୨ ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆପ୍ୟାୟିତ ହୋଇଥିଲେ।

SOURCE: ODIA PUA