Home national news oriya ରାମେଶ୍ୱର ସାହିତ୍ୟ ସଂସଦର କବିତା ପାଠୋତ୍ସବ

ରାମେଶ୍ୱର ସାହିତ୍ୟ ସଂସଦର କବିତା ପାଠୋତ୍ସବ

39
0

Source :- ODIA PUA

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାନ୍ଦିଆ ହାଟ ସନ୍ତୋଷ ଭବନ ପରିସରରେ ଆଜି ରାମେଶ୍ୱର ସାହିତ୍ୟ ସଂସଦର ଗ୍ରୀଷ୍ମ ଅଧିବେଶନ ଅବସରରେ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦୁଃଶାସନ ଗାହାଣ ସଭାକୁ ପୌରହିତ୍ୟ କରି ପ୍ରାରମ୍ଭିକ ସୂଚନା ରଖିଥଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବାସୁଦେବ ବାରିକ ଯୋଗଦେଇ ଆଧୁନିକ ସାହିତ୍ୟ ସହ ପୁରାତନର ମହତ୍ୱ ଉପରେ ମତ ରଖି ସାହିତ୍ୟ ସଂପର୍କର ସେତୁ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଡ. ରାଇମୋହନ ମହାପାତ୍ର ବାର୍ଦ୍ଧକ୍ୟତାର ନିଷ୍ଠା ଓ ସର୍ଜନାରେ ହୃଦ୍‌ବୋଧ ହେବାକୁ କହିଥିଲେ । ଗ୍ରାମାଞ୍ଚଳରେ ସାହିତ୍ୟର ବିକାଶ ପାଇଁ ଏହିଭଳି ସାହିତ୍ୟ ସଂସଦର ଆବଶ୍ୟକତା ଅପରିହାର୍ଯ୍ୟ । ପ୍ରାରମ୍ଭରେ ସମ୍ପାଦକ ମୋହିନୀ ମୋହନ ମହାପାତ୍ର ବିବରଣୀ ପାଠ ସହ ଅତିଥି ପରିଚୟ, ଅମିୟ ମହାପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସଂସଦର ଉପ-ସଭାପତି ସପନ କୁମାର ଚାଟାର୍ଜିଙ୍କ ସଂଯୋଜନାରେ ଶର୍ମିଷ୍ଠା ପଣ୍ଡା, ଡ.ଭାରତୀ ମହାପାତ୍ର, ଡ.ବଳରାମ ମିଶ୍ର, ବିନୋଦ କୁମାର ବରାଳ, ଚିତରଞ୍ଜନ ବରାଳ, ଖଗେଶ୍ୱର ନାୟକ, ମାନସ ରଞ୍ଜନ ପଣ୍ଡା, ରମାକାନ୍ତ ଗାହାଣ, ରାଜେନ୍ଦ୍ର କୁମାର ମହାପାତ୍ର, କୈଳାସ ଦାସ, ପ୍ରାଣବନ୍ଧୁ ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜିନୀ ବରାଳ, ଶ୍ରଦ୍ଧାଞ୍ଜଳୀ ମିଶ୍ର, ମୋନାଲିସା ସାହୁ, ଡ. ଅବନୀ କୁମାର ପ୍ରଧାନ, ଶଶାଙ୍କ ପଣ୍ଡା, ରୁତୁରାଜ ଅକ୍ଷୟ, ଡ.ପୂଜାରାଣି ଘୋଷ କବିତା ପାଠ କରିଥିବା ବେଳେ ଏହାକୁ ସମୀକ୍ଷା କରାଯାଇଥିଲା । ଭାଗିରଥୀ ରାଉତ୍‌, ଲୋକନାଥ ବାରିକ୍‌, ଅମିୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

SOURCE: ODIA PUA