Home national news oriya ଟାଇକୋଣ୍ଡୋ ଆସୋସିଏସନ ଅଫ ଭଦ୍ରକ (ଟାଆବ )ର ବାର୍ଷିକ କଲର ବେଲ୍ଟ ପରୀକ୍ଷା ଉଦଯାପିତ

ଟାଇକୋଣ୍ଡୋ ଆସୋସିଏସନ ଅଫ ଭଦ୍ରକ (ଟାଆବ )ର ବାର୍ଷିକ କଲର ବେଲ୍ଟ ପରୀକ୍ଷା ଉଦଯାପିତ

10
0

Source :- ODIA PUA

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟାଇକୋଣ୍ଡୋ ଆସୋସିଏସନ ଅଫ ଭଦ୍ରକ (ଟା ଆବ )ର ବାର୍ଷିକ କଲର ବେଲ୍ଟ ପରୀକ୍ଷା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମେଘା କଲ୍ୟାଣ ମଣ୍ଡପ, ଚରମ୍ପା ଠାରେ ଅନୁଷ୍ଠିତ ହୋଇଯାଇଛି। ତାଓର ସଭାପତି ରବିନାରାୟଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ପରୀକ୍ଷାରେ ଚରମ୍ପା ପ୍ରଶିକ୍ଷଣ ଶିବିର, ବାଇପାସ ପ୍ରଶିକ୍ଷଣ ଶିବିର, କଦମ ବେଡା, ବନ୍ତ ଛକ, ତିହିଡି, ଚାନ୍ଦବାଲି, ଦୋଳସାହି ପ୍ରଶିକ୍ଷଣ ଶିବିର ତଥା କାର୍ମେଲ, ଜ୍ୟୋତି କନଭେଂଟ, ସେଂଟ ଜାଭିୟର, ହାପିହୋମ ସ୍କୁଲର ୨୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ୧୭୧ଜଣ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଟାଇକୋଣ୍ଡୋ ଏକାଡେମୀ ଅଫ ଇଣ୍ଡିଆ, ଲକ୍ଷେ୍ନା ତରଫରୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇ ଅପରାହ୍ନରେ ଉଦଯାପିତ ହୋଇ ଥିଲା। ଓଡିଶା ଟାଇକୋଣ୍ଡୋ ଆସୋସିଏସନର ରାଜ୍ୟ ସମ୍ପାଦକ ତଥା ବ୍ଲାକ ବେଲ୍ଟ ଫାଇବ ଡାନ, ଇଂଟରନେସନା ଲ ମାଷ୍ଟର ରବିନାରାୟଣ ପାଣିଗ୍ରାହୀ ଟ୍ରେନିଂ ପରିଚାଳନା କରିଥିଲେ। ତାରିଣୀ ସାହୁ, ଧନେଶ୍ୱର ଜେନା, ହରିହର ବାରିକ, ନୟାଗଡ ଟାଇକୋଣ୍ଡୋ ଆସୋସିଏସନ ସମ୍ପାଦକ ରୀତିକ ମହାପାତ୍ର, ଢେଙ୍କାନାଳ ଟାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ସୁଧାକର ଜେନା, ବାଲେଶ୍ୱର କୋଚ ପଦ୍ମଲୋଚନ ସିଂ ଟ୍ରେନିଂ ପରିଚାଳନା ରେ ସହଯୋଗ କରିଥିଲେ। ଏଥିରେ ଏଣ୍ଡୁରାନ୍ସ, ଇଳାଷ୍ଟିସିଟି, ଏକ୍ସରସାଇଜ, ଖେରୋଗୀ, ପୁମସେ ଟ୍ରେନିଂ ପ୍ରଦାନ କରାଯାଇ ଥିଲ ଏବଂ ଭଦ୍ରକ ଜିଲ୍ଲା ରେ ପାଂଚ ଜଣ ଶ୍ରେୟା ପଣ୍ଡା, ଉପମନ୍ୟୁ ନାୟକ, ପ୍ରହ୍ଲା ଦ ଦାଶ, ସତ୍ୟ ସୁନ୍ଦର ପାଣିଗ୍ରାହୀ, ରୁଦ୍ରାଂଶୁ ଭୋଇଙ୍କୁ ଶ୍ରୀ ପାଣିଗ୍ରାହୀ ଦକ୍ଷିଣ କୋରିଆରୁ ଆସିଥିବା ବ୍ଲାକ ବେଲ୍ଟର ପ୍ରଥମ ଡାନ ପ୍ରଦାନ କରିଥିଲେ। ପରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଅତିଥି ଅଧିବକ୍ତା ଜତିକାନ୍ତ ନାୟକ, ଅଧିବକ୍ତା ତଥା ଟାଇକୋଣ୍ଡିଆନ ପବନ ଶର୍ମା,ଲିୟନସ କ୍ଳବର ଗଭାର୍ନର ଅଶୋକ ମହାନ୍ତି, ଡ଼ ନିଶାନ୍ତ କୁମାର ଦାଶ, ସମାଜସେବୀ ସୀତାକାନ୍ତ ଦାସ, ଇଂ ପ୍ରୟାସକାନ୍ତି ଦାସ, ଇଂ ଅନୁପମ ଜେନା, ଜ୍ୟୋତି କନଭେଂଟ ସ୍କୁଲର ଅଧକ୍ଷ ଫାଦର ଆଲେକ୍ସ, ସବୁଜ କ୍ଳବ ର ସମ୍ପାଦକ ଅଜୟ କୁମାର ଧଳ, ସମାଜସେବୀ ବିଦ୍ୟାଧର ବାରିକ, ବିଶିଷ୍ଟ ବ୍ୟବସାୟୀ ବିଜୟ କୁମାର ଲଖାନୀ, ହରିହର ବେହେରା, ତାଓର ଉପସଭାପତି ରମେଶ କୁମାର ପ୍ରଧାନ,ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ରଙ୍ଗୀନ ବେଲ୍ଟ ସହ ମାନପତ୍ର ପ୍ରଦାନ କରାଯଇଥିଲା! ଅଧ୍ୟା ପିକା ସଂଘମିତ୍ରା ଦାଶ,ଯୋଗଗୁରୁ ସୁରେଶ କୁମାର ନାୟକ ମଂଚ ପରିଚାଳନା ରେ ସହଯୋଗ କରିଥିବା ବେଳେ ତାଆବ ର ସମ୍ପାଦକ ଧନେଶ୍ୱର ଜେନା ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

SOURCE: ODIA PUA