Source :- ODIA PUA
ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ କାଳବୈଶାଖୀ ର ତାଣ୍ଡବ ଦେଖିବାକୁ ମିଳିଛି। ମଙ୍ଗଳବାର ସଂଧ୍ୟାରେ ୫ ଘଟିକା ସମୟରେ କାଳବୈଶାଖୀରେ ତାଣ୍ଡବ ଦେଖିବାକୁ ମିଳିଲା। ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ବାତାବରଣ ଅଶାନ୍ତ ହୋଇପଡ଼ିଥିଲା। କିଛି ସମୟ ପରେ ପ୍ରବଳ ବେଗର ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା, ଯାହା ସହିତ ବିଜୁଳି ଘଡଘଡି ଚମକ ଲୋକମାନଙ୍କୁ ଭୟଭୀତ କରିଦେଇଥିଲା। ଏହି ପ୍ରଭାବରେ କିଛି ଚାଳଛପର ଘର ଉଡ଼ିଯାଇଥିବା ବେଳେ, ଛୋଟ ବଡ଼ ଗଛ ସହିତ ଅନ୍ୟାନ୍ୟ ଗଛଗୁଡ଼ିକ ଭୂମିକୁ ପତିତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ଏହି ଅଚାନକ କାଳବୈଶାଖୀ ଜନଜୀବନକୁ ପ୍ରଭାବିତ କରିଥିବା ବେଳେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ମଧ୍ୟ ବିଘ୍ନିତ ହୋଇଥିବା ସୂଚନା ମିଳିଛି।
SOURCE: ODIA PUA


