Home national news oriya ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର

9
0

Source :- ODIA PUA

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ବୁଧବାର ଭଦ୍ରକ ବ୍ଲଡ଼ ବ୍ୟାଙ୍କ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ଭଦ୍ରକ ଜିଲ୍ଲା ଏସପି ମନୋଜ କୁମାର ରାଉତ, ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ରୋ ବିଭୁତି ଭୂଷଣ କର, ବରେଣ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ର ପ୍ରାକ୍ତନ ଜିଲ୍ଲାପାଳ ମୋହନ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ସମାଜସେବୀ ଅଶୋକ କୁମାର ମହାନ୍ତି, ଜିଲ୍ଲା ସଭାପତି ରବିନାରାୟଣ ଖିଲାର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା, ଜିଲ୍ଲା ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର ପ୍ରମୁଖ ଯୋଗଦେଇ କହିଲେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲାରେ ବହୁ ସମାଜସେବା କାର୍ଯ୍ୟ କରୁଛି କ୍ଷପ୍ରତିବର୍ଷ ରକ୍ତଦାନ ଭଳି ମହତ କାର୍ଯ୍ୟ କରିବା ସହିତ ବୃକ୍ଷ ରୋପଣ, ପବିତ୍ର ଜାଗର ଯାତ୍ରା ରେ ଭକ୍ତଙ୍କୁ ଦହି ସର୍ବତ ବଂଟନ ଭଳି ମହାନ କାର୍ଯ୍ୟ କରୁଛି ଯାହାକି ଜନସାଧାରଣ ଙ୍କର ପ୍ରିୟ ଭାଜନ ହୋଇପାରିଛି ।ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସଂଜୀବ ନାୟକ,ରାମନାରାୟଣ ମହାନ୍ତି,ଅମର ନାୟକ,ସୁଜୟ ପାକଳ, ସନ୍ତୋଷ କୁମାର ସାହୁ, ମାନସ ପରିଡା,ରଞ୍ଜନ ମଲ୍ଲିକ, ଅଜୟ ମଲିକ, ରମେଶ ପାଗଳ, ପ୍ରଶାନ୍ତ ସାହୁ, ପ୍ରଦୀପ ବଳ, ଅକ୍ଷୟ ନାୟକ, ସେକ ଜାଫର ଅଲ୍ଲୀ, ବାବି ସାହୁ,ମାନସ ପଣ୍ଡା , ଆଶିଷ କୁମାର ମହାନ୍ତି, ,ସୁଶାନ୍ତ ରାଉତ, କାଂହୁ ଜେନା, ସୀତାକାନ୍ତ ବିଶ୍ୱାଳ,ଆଲୋକ ନାୟକ ପ୍ରଭାକର ବାରିକ, ମାନସ ପଣ୍ଡା ପ୍ରମୁଖ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

SOURCE: ODIA PUA