Home national news oriya ପିପୁଲ୍ସ ୱେଲଫେୟାର ସଜେସନ ଫୋରମର ରଜତ ଜୟନ୍ତୀ, ଉତମ ନୈତିକ ଶିକ୍ଷା, ଉନ୍ନତ ଭାରତ ଓ...

ପିପୁଲ୍ସ ୱେଲଫେୟାର ସଜେସନ ଫୋରମର ରଜତ ଜୟନ୍ତୀ, ଉତମ ନୈତିକ ଶିକ୍ଷା, ଉନ୍ନତ ଭାରତ ଓ ବିଶ୍ୱ ଶାନ୍ତିର ମାର୍ଗ ଦର୍ଶକ ଶୀର୍ଷକ ଆଲୋଚନା ଚକ୍ର

13
0

Source :- ODIA PUA

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୈତିକ ଶିକ୍ଷାର ପରମ୍ପରା ଭାରତରେ ଆରମ୍ଭ ହୋଇଛି। କଥା ସରିତ ସାଗର ଠାରୁ ଜାତକ ଗଳ୍ପ ପର୍ଯ୍ୟନ୍ତ, ପଂଚତନ୍ତ୍ରରୁ ଆରମ୍ଭ କରି ରାମାୟଣ, ମହାଭାରତ, ଭାଗବତ ଓ ଲକ୍ଷ୍ମୀପୁରାଣରେ ଅନେକ ହିତ ଉପଦେଶ ରହିଛି। ଯାହା ସମଗ୍ର ବିଶ୍ୱକୁ ଆଲୋକିତ କରୁଛି। ଭୋଗ ନୁହେଁ ତ୍ୟାଗ ହିଁ ଭାରତର ଆତ୍ମା। ତେଣୁ ଭାରତ ସମଗ୍ର ବିଶ୍ୱର ଶାନ୍ତି ପ୍ରତିଷ୍ଠା କରିବା ସଂଗେ ସଂଗେ ବିଶ୍ୱ ଶାନ୍ତି ଓ ସୌହାର୍ଦ୍ଧ୍ୟ ସ୍ଥାପନରେ ସହାୟତ ହେବ ବୋଲି ଆଜି ପିପୁଲସ ୱେଲଫେୟାର ସଜେସନ ଫୋରମ ତରଫରୁ ଭଦ୍ରକର ରୋଟାରୀ ଭବନ ଠାରେ ରଜତ ଜୟନ୍ତୀ ସମାରୋହ ଉପଲକ୍ଷେ “ଉତମ ନୈତିକ ଶିକ୍ଷା ଉନ୍ନତ ଭାରତ ଓ ବିଶ୍ୱ ଶାନ୍ତିର ମାର୍ଗ ଦର୍ଶକ” ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଫୋରମର ଅଧ୍ୟକ୍ଷ ଡ଼ଃ ନନ୍ଦ ନନ୍ଦନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ମୁଖ୍ୟ ଅତିଥି ,ପ୍ରାକ୍ତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ,ଇଂ ଅଖିଳ ମୋହନ ପାଢ଼ୀ, ଭଦ୍ରକ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ,ରୋଟାରୀ ଗଭର୍ଣ୍ଣର ଇନ୍ଦ୍ରଜିତ ସାହୁ,କମାଣ୍ଡିଂ ଅଫିସର ସୁଦୀପ କୁମାର ସାହୁ,ବେଷ୍ଟ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ରବିନ୍ଦ୍ରକୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।ଏହି ଆଲୋଚନା ଚକ୍ରରେ ଡ଼ଃ ନନ୍ଦ ନନ୍ଦନ ଦାସ ବିଷଦ ଭାବେ ଆଲୋଚନା କରି ଜଳନ୍ତା ପୃଥିବୀ ସୂର୍ଯ୍ୟରୁ ବାହାରି କୋଟି କୋଟି ବର୍ଷ ପରେ ଥଣ୍ଡା ହେବାପରେ ଜଳଚର, ସ୍ଥଳଚର ଓ ଆକାଶଚର ଜୀବମାନ ସୃଷ୍ଟି ହୋଇଥିବାରୁ ଦର୍ଶାଇ ମଣିଷ ରୂପି ଜୀବ ପ୍ରାୟ ଲକ୍ଷେ ବର୍ଷ ପୂର୍ବରୁ ଆଫ୍ରିକାରେ ସୃଷ୍ଟି ହୋଇ ଥିବାର ସୂଚନା ଦେଇଥିଲେ। ଏବଂ ଏମାନଙ୍କର ଉର୍ବର ମସ୍ତିଷ୍କ ଯୋଗୁ ପ୍ରାୟ ଦଶ ହଜାର ବର୍ଷ ପୂର୍ବେ ସମଗ୍ର ପୃଥିବୀକୁ ଅକ୍ତିଆର କରିଥିଲେ।ସ୍ଥାନ ବିଶେଷରେ ଭାଷା, ଜାତି, ଧର୍ମ ଓ ଦେଶର ସୀମା ମଧ୍ୟ ସମୟ ଅନୁସାରେ ତିଆରି ହୋଇଛି ଓ ତେଣୁ ପ୍ରତ୍ୟେକ ମଣିଷର ପୃଥିବୀରେ ଜନ୍ମ ଓ ରହଣି ସୀମିତ ଓ ଶିକ୍ଷା ମାଧ୍ୟମରେ ନୈତିକତା ସମସ୍ତଙ୍କ ଭିତରେ ଜାଗରଣ କରିବା ଆବଶ୍ୟକ ଓ ତେଣୁ ଭାରତବର୍ଷରେ ସ୍ୱାଧୀନତା ପରେ ସମସ୍ତେ ଭାରତୀୟ ଓ ଦେଶ ସର୍ବ ପ୍ରଥମ ଚିନ୍ତାଧାରାରେ ନୈତିକ ଶିକ୍ଷା ପାଠ୍ୟକ୍ରମରେ ରଖିଥିଲେ, ଆଜି ଜାତି, ଧର୍ମ ଓ ବିଭିନ୍ନ ବିଭେଦ ସୃଷ୍ଟି ହୋଇ ନଥାନ୍ତା ଓ ଫୋରମ୍ ର ଅଧକ୍ଷ ଡ଼ଃ ଦାସ ଏପରି ଏକ ଶିକ୍ଷାକ୍ରମ ପ୍ରଥମ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶରେ ତିଆରି କରି ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କୁ ଜଣାଇଛନ୍ତି ଓ ଏପରି ପାଠ୍ୟକ୍ରମ ଦ୍ୱାରା ନାଗରିକ ମାନେ ଏକତା, ଜାତୀୟତା ଓ ନୈତିକତା ସମ୍ପନ୍ନ ଆଦର୍ଶ ନାଗରିକ ହୋଇ ପାରିବେ ଓ ଏମାନେ ସଚ୍ଚୋଟ, ପରିଶ୍ରମୀ ଓ ନୂତନ ପଦ୍ଧତି ସ୍ଥାନ ବିଶେଷରେ ବାହାର କରି ଦେଶର ନେତା, କର୍ମଚାରୀ ଓ ଜନତା ସଚ୍ଚୋଟ ଆଦର୍ଶ ଗତ ହେବା ଦ୍ୱାରା ଦେଶର ଉନ୍ନତି ସମ୍ଭବ ହେବ । ଦେଶରେ ସନାତନୀ ଧାରା ପଦ୍ଧତିରେ ” ବସୁନ୍ଧୈବ କୁଟୁମ୍ଭବକମ “,”ସବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ” ଓ “ଓ଼ମଂ ଶାନ୍ତି ଓ଼ମଂ” ନିୟମ ପଦ୍ଧତି ଦ୍ୱାରା ଦେଶରେ ସମସ୍ତେ ଭଲରେ ରହିବେ ଓ ମଣିଷ ପୃଥିବୀର ସବୁ ଦେଶରେ ଉତମ ନୈତିକ ଶିକ୍ଷା ଓ ” ବସୁନ୍ଧୈବ କୁଟୁମ୍ଭବକମ “,”ସର୍ବେ ଭବନ୍ତୁ ସୁଖିନଃ” ଓ “ଓ଼ମଂ ଶାନ୍ତି ଓ଼ମଂ” ନିୟମ ପଦ୍ଧତି ଦ୍ୱାରା ପୃଥିବୀ ଶାନ୍ତି ମଧ୍ୟ ସମ୍ଭବ ହୋଇ ପାରିବ ବୋଲି କହିଥିଲେ। ଏହି ଉତ୍ସବରେ ଜିଲାପାଳ ଶ୍ରୀ ରାଉତରାଏଙ୍କୁ ଫୋରମ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ଡ଼ଃ ଅମ୍ବିକା ବଲ୍ଲଭ ସ୍ୱାଇଁ ତାଙ୍କର ଇଞ୍ଜିନିଅରିଂ ଓ ସାମାଜିକ କର୍ମ ପାଇଁ ସମ୍ବର୍ଦ୍ଧିତ ହୋଇଥିବାବେଳେ ପ୍ରଫେସର ପୁର୍ଣିମା ମିତ୍ର, ଜାପାନୀ ମିତ୍ର, ସନ୍ତୋଷ ନାଏକ, ଡ଼ଃ ସଚି ନନ୍ଦନ ଦାସ, ବରଦା ପ୍ରସନ୍ନ ଦାସ, ଓ ଅଲେଖ ଚନ୍ଦ୍ର ମାଝୀ ପ୍ରମୁଖ ସଭ୍ୟଙ୍କୁ ଭାବେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ଇଂ କମଳାକାନ୍ତ ବେହେରା, ଇଂ ବସନ୍ତ କୁମାର ପାଣିଗ୍ରାହୀ,ରୋ. ଉମାକାନ୍ତ ଜେନା,ରୋ.ପ୍ରଣବ କୁମାର ସାହୁ,ରୋ ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

SOURCE: ODIA PUA