Home national news oriya ସଠିକ୍ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ ଶୀର୍ଷକ ସଭା,ଆଇନ୍ ସମ୍ମତ ଶିଶୁ ହିଁ ପୋଷ୍ୟସନ୍ତାନ ଗ୍ରହଣ...

ସଠିକ୍ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ ଶୀର୍ଷକ ସଭା,ଆଇନ୍ ସମ୍ମତ ଶିଶୁ ହିଁ ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଯୋଗ୍ୟ

6
0

Source :- ODIA PUA

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ନୂତନ) ଗେଲପୁର ଭଦ୍ରକ ସଭାଗୃହ ପରିସର ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସଠିକ୍ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ ଶୀର୍ଷକ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ବରିଷ୍ଠ ଆଇନ ଅଧିକାରୀ ସୁବ୍ରତ ଦାସ ଙ୍କ ମଞ୍ଚ ସଞ୍ଚାଳନ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରମୋଦ କୁମାର ପ୍ରହରାଜ,ସମ୍ମାନିତ ଅତିଥି ରୂପେ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ପ୍ରଦୀପ୍ତ କର,ମୁଖ୍ୟ ବକ୍ତା ରୂପେ ପୂର୍ବତନ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଡା.ଦେବରାଜ ପାଣିଗ୍ରାହୀ ,ଅନ୍ୟତମ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବନବିହାରୀ ମିଶ୍ର, ଡ଼ା .ସମୀର ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସଠିକ୍ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଆଇନ ସମ୍ମତ ଶିଶୁ ହିଁ ପରିବାର ପାଇଁ ଯୋଗ୍ୟ ବୋଲି କହିଥିଲେ। ସେହିପରି ଅନୈତିକ ଉପାୟରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ତାହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ପ୍ରମୁଖ ବକ୍ତା ମାନେ ମତ ପୋଷଣ କରିଥିଲେ। ଏହି ଆଲୋଚନା ସଭାରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟକ୍ରମ ମ୍ୟାନେଜର, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ,ସମ୍ଭାବ୍ୟ ପୋଷ୍ୟଗ୍ରାହୀ ଦମ୍ପତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ଶାଖା ର ସୁରକ୍ଷା ଅଧିକାରିଣୀ (ଅଣ-ଆନୁଷ୍ଠାନିକ) ସ୍ୱାଗତିକା ବାରିକ୍‌,ଦମୟନ୍ତୀ ଦାଶ, ବିପିନ ବିହାରୀ ପଲେଇ, ଆସିୟାନା ର ସଂଯୋଜକ ରିୟାଜ ଅହମଦ, ଚାଇଲ୍ଡ ଲାଇନ ର ପ୍ରକଳ୍ପ ସଂଯୋଜିକା ଶୁଭଶ୍ରୀ ପଢ଼ିଆରି, ଟିମ୍ ସଦସ୍ୟ ଦିଗବିଜୟ ମହାନ୍ତି, ଚନ୍ଦ୍ରକାନ୍ତ ଗୋଚ୍ଛାୟତ, କାହୁଁ ମଲ୍ଲିକ,ରମାକାନ୍ତ ଜେନା,ଲକ୍ଷ୍ମୀକାନ୍ତ ସେଠୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ପରିଶେଷରେ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ବାରିକ୍ ଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

SOURCE: ODIA PUA