Home national news oriya ମା ତାରାଶୁଣୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ

ମା ତାରାଶୁଣୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ

4
0

Source :- ODIA PUA

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ବ୍ଲକ ସାବରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଟୋ ଗ୍ରାମରେ ମା ତାରାଶୁଣୀ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଆରାଧ୍ୟା ଦେବୀ ମା ତାରାଶୁଣୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ପବିତ୍ର ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ଏବଂ ସମଗ୍ର ଭଦ୍ରକବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଯୁବନେତା ବିକାଶ ଶ୍ରେଷ୍ଠା, ବିଶିଷ୍ଟ ସମାଜସେବୀ ଜାନୁ ମହାପାତ୍ର, ମୁନା ନାୟକ, ସୁରେଶ ଚନ୍ଦ୍ର ପୁହାଣ, ଶିବ ମଲ୍ଲିକ, ମାନୁ ମଲ୍ଲିକ ଓ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ।

SOURCE: ODIA PUA